ପାଟଣାଗଡ଼ ହସ୍ପିଟାଲରେ ଡାକ୍ତର ପଦବୀ ପୂରଣ ଦାବୀରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଗଣଧାରଣା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଡାକ୍ତରଖାନା ଆଗରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ର ଉପଖଣ୍ଡ ଡାକ୍ତରଖାନା ଅଞ୍ଚଳ ବେଶ ଜଣାଶୁଣା ଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ହେଲେ ଗତ ୧୦ରୁ ୧୨ ବର୍ଷ ହେବ ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଏଠାରେ ଅଧିକ ଡାକ୍ତର ପଦବୀ ଖାଲି ପଡିଛି । ୧୮ ଟା ଡାକ୍ତର ଦରକାର ଥିବା ବେଳେ କେବଳ ୭ଜଣ ଡାକ୍ତର ଚିକିତ୍ସା କରୁଛନ୍ତି । ଏହାରି ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ପଦବୀ ମଧ୍ୟ ଦୀର୍ଘ ଦିନରୁ ଖାଲି ପଡ଼ିଛି । ଯାହା ଫଳରେ ରୋଗୀ ମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହେବା ସହ ବଲାଙ୍ଗିର ଡାକ୍ତରଖାନା ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଡାକ୍ତର ପଦବୀ ପୂରଣ ହେଉ ନଥିବାରୁ ଏଥିପାଇଁ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ଡାକ୍ତରଖାନା ଆଗରେ ବସି ଧାରଣା ଦେଇଥିବା କହିଛନ୍ତି । ଯଦି ୧ ମାସ ଭିତରେ ଦାବୀ ପୂରଣ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ପାଟଣାଗଡ଼ ଡାକ୍ତରଖାନା ଦାୟିତ୍ୱରେ ଥିବା ଉପଖଣ୍ଡ ଚିକିତ୍ସା ଅଧିକାରୀ ପୀତବାସ ସାଙ୍କୁ ଆନ୍ଦୋଳନକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଗ୍ରହଣ କରିବା ପରେ ଆନ୍ଦୋଳନକାରୀ ମାନେ ଧାଣାରୁ ଓହରିଥିଲେ ।

Leave A Reply

Your email address will not be published.

6 − 2 =