ରାସ୍ତାରେ ଗଡୁଥିବା ମାତାଲ୍ ଶିକ୍ଷକଙ୍କ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ଘଟଣା : ଶିକ୍ଷକ ନିଲମ୍ବିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଅଧିନସ୍ଥ କେରବେଡା ପଞ୍ଚାୟତ ବଲିଆଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଖଗେଶ୍ୱର ବାରଲେବିଡିଆ ସ୍କୁଲ ଯାଉଥିବା ବେଳେ ମାତାଳ ଅବସ୍ଥାରେ ଗଡୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଯାହାକୁ ନେଇ ଗତକାଲି ବିଭିନ୍ନ ଗଣମାଧ୍ୟମରେ ସଚିତ୍ର ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଶିକ୍ଷକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ଘଟଣାକୁ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ବ୍ଲକ ଶିକ୍ଷାଧିକାରୀ ସଂପୃକ୍ତ ଶିକ୍ଷକଙ୍କୁ ଚିଠି ନଂ ୨୬୩୩ ତା୧୮/୧୧/୨୦୨୨ ଅନୁସାରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.

fourteen + 11 =