ନିଶିଥ ରଞ୍ଜନ ରାଉତରାୟଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ନିବାସୀ ଜଣାଶୁଣା ଠିକାଦାର ନିଶିଥ ରଞ୍ଜନ ରାଉତରାୟ(୬୫)ଙ୍କ ଗତ ତା.୧୩/୧୧/୨୨ରିଖ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ସେ ନିନା ଦା’ ଭାବରେ ଜଣେ ନମ୍ର, ଭଦ୍ର, ଜ୍ଞାନୀ ଓ ମେଳାପୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ପରଲୋକ ସମୟରେ ପତ୍ନୀ ବନପ୍ରିୟା ରାଉତରାୟ, ପୁତ୍ର ଶିବାନୀ ଶଙ୍କର, କନ୍ୟା ପ୍ରିୟଙ୍କା, ସୋନିଆ, ପୁତ୍ରବଧୂ, ଜାମାତା ଉପସ୍ଥିତ ଥିଲେ । ଜଣେ ଫୁଟବଲ ପ୍ରେମୀ ଏବଂ କ୍ରୀଡା ସଂଗଠକ ଭାବରେ ତଥା କଲେଜ ଛକ ଫୁଟବଲ ଏସୋସିଏସନ୍‌ର ସଭାପତି ଭାବରେ ତାଙ୍କର ଅବଦାନ ସ୍ମରଣଯୋଗ୍ୟ । ପୁରୀର ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମାପନ ହେବା ପରେ ବଲାଙ୍ଗିର ବାସଭବନରେ ତାଙ୍କର କ୍ରିୟାକର୍ମ ଅନୁଷ୍ଠିତ ହେବ ବୋଲି ପରିବାର ତରଫରୁ ଜଣାପଡିଛି । ଗତବର୍ଷ ତାଙ୍କର ବଡଭାଇ ରାଜନେତା ସନ୍ତୋଷ ରାଉତରାୟଙ୍କ ପରଲୋକ ଘଟିଥିଲା ।

Leave A Reply

Your email address will not be published.

10 − 9 =