ପ୍ରଦୀପଙ୍କୁ ଲୋକଙ୍କ ବ୍ୟାପକ ସମର୍ଥନ : ଗାଁ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୫ ଡିସେମ୍ବର ପଦ୍ମପୁର ଉପ ନିର୍ବାଚନ ହେବାକୁ ଥିବା ବେଳେ ଜୋର ସୋରରେ ପ୍ରଚାର ଆରମ୍ଭ ହୋଇଛି । ଏଥର କିନ୍ତୁ ଗାଁ ଗାଁରେ ଏକ ନୂତନ ମହୋଲ ଦେଖାଯାଉଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଗାଁ ଗାଁରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳୁଛି । ଲୋକମାନେ ଗାଁ ମୁଣ୍ଡରୁ ଆସି ବାଜା, କୀର୍ତ୍ତନ କରି ପାଛୋଟି ନେଇ ଶହ ଶହ ଲୋକଙ୍କର ସହ ନିର୍ବାଚନୀ ବୈଠକ ଅନୁଷ୍ଠିତ ହେଉଛି । ଶୁକ୍ରବାର ପାଇକମାଲ ବ୍ଲକ ଛେତଗାଁ ପଞ୍ଚାୟତର କୁତ୍ରାମାଲ ଗ୍ରାମ, ଝାରବନ୍ଧ ବ୍ଲକର ସଂକ୍ରୀ ଗ୍ରାମ, ପ୍ରଧାନପାଲି, ତୁମରିପାଣି, ବୈତାଲି, ଟୁହୁଙ୍ଗିଦାଦର, ଗୋଠୁଗୁଡା ଆଦି ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିର୍ବାଚନୀ ପ୍ରଚାର ହୋଇଯାଇଛି । ଉକ୍ତ ବୈଠକ ମାନଙ୍କରେ ବିଜେପି କର୍ମୀ ଯୋଗ ଦେଉଥିବା ବେଳେ ଅପରପକ୍ଷରେ ଏହି ନିର୍ବାଚନୀ ସଭା ଗୁଡ଼ିକରେ ଶହ ଶହ ସଂଖ୍ୟକ ବିଜେଡି ତଥା କଂଗ୍ରେସ ସମର୍ଥକ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.

two − 2 =