jsm

ସଦର ଥାନାକୁ ଆସି ଆତ୍ମସମର୍ପଣ କଲା ପଳାତକ ଆସାମୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ଥାନାକୁ ଆସି ଆତ୍ମସମର୍ପଣ କରିଛି ପଳାତକ ଆସାମୀ ବୁଠି ଓରଫ ରାଜେଶ ନାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ଆସାମୀ ବୁଠି ବଲାଙ୍ଗିର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଚୋରି ଓ ରାହାଜାନି ମାମଲାରେ ବଲାଙ୍ଗିର ଏସ୍‌ଡିଜିଏମଙ୍କ କୋର୍ଟରେ ବିଚାରାଧୀନ ଥିବା ସମୟରେ କୋର୍ଟରୁ ଜାମିନରେ ଆସି ସେ ଫେରାର ହୋଇଯାଇଥିବା ବେଳେ ତାର ନାମରେ କୋର୍ଟ ଧାରା ୮୨/୮୩ ସିଆର୍‌.ପି. ସି ଅନୁସାରେ ପଳାତକ ଆସାମୀ ଘୋଷଣା କରିଥିଲେ ଓ ଏହି ବାବଦରେ ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କୁ କୋର୍ଟର ଧାରା ପ୍ରଣାଳୀ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ତାଙ୍କ ନିର୍ଦ୍ଦେଶାନୁସାରେ ଗତ ତା.୧୦.୧୧.୨୦୨୨ରିଖରେ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସମେତ ଅନ୍ୟ ଷ୍ଟାଫଙ୍କ ଉପସ୍ଥିତିରେ ବୁଠି ଓରଫ ରାଜେଶ ନାଗର ଗ୍ରାମ ଗନ୍ଧରେଲକୁ ଯାଇ ଡିଙ୍ଗୁରା ପିଟି ତାର ଘର ସମ୍ମୁଖରେ ଲଟକା ଜାରି କରିବା ସହିତ ତାକୁ ପଳାତକ ଆସାମୀ ଘୋଷଣା କରିଥିବା ବେଳେ ୧୦ ଦିନ ମଧ୍ୟରେ କୋର୍ଟ କିମ୍ବା ଥାନାରେ ଆତ୍ମସମର୍ପଣ କରିବା ପାଇଁ ବୁଠି ଓରଫ ରାଜେଶକୁ ସମୟ ଦିଆଯାଇଥିଲା । ଅନ୍ୟପଟେ ଯଦି ୧୦ ଦିନ ମଧ୍ୟରେ ସେ ଥାନା କିମ୍ବା କୋର୍ଟକୁ ନ ଯାଏ, ତାହେଲେ ତା’ର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି କୁହାଯାଇଥିବା ବେଳେ ଆଜି ବୁଠି ଓରଫ ରାଜେଶ ନାଗ ସଦର ଥାନାକୁ ଆସି ଆତ୍ମସମର୍ପଣ କରିଥିଲା । ତେବେ ତାକୁ ସଦର ଥାନା ଅଧିକାରୀ ଶ୍ରୀ ସାହୁ ଗିରଫ କରିଥିଲେ ଓ ଏସ୍‌ଡିଜିଏମଙ୍କ କୋର୍ଟରେ ହାଜର କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.