ଗଉଡ଼ତୁଲା ପେକ୍ସକୁ କୁରସୁଡ ପେକ୍ସ ସ୍ଥାନାନ୍ତର ଦାବିରେ ସହାୟକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗଶିରା ପଞ୍ଚାୟତର ଗଉଡତୁଲା ପେକ୍ସରେ ଚାଷୀ ଅଶାନ୍ତି । ଏହାର କାରଣ ହେଉଛି ଯିଏ ଚାଷୀ ନୁହେଁ ସେମାନଙ୍କ ନାଆଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ଏବଂ ଅସଲ ଚାଷୀ ପଞ୍ଜିକରଣ କଲେ ସେମାନଙ୍କ ନାଁରେ କମ୍‌ ଧାନ ପଞ୍ଜିକୃତ ହେଉଛି । ତେଣୁ ଏହାର ତଦନ୍ତ କରିବା ସହ ଚାଷୀ ଆଉ ଗଉଡତୁଲାରେ ଧାନ ନ ଦେଇ କୁର୍‌ସୁଡ ପେକ୍ସରେ ଧାନ ଦେବାକୁ ପ୍ରଶାସନକୁ ଗୁହାରି ଜଣାଇବାକୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କୁ ଅବଗତ କରିଛନ୍ତି । ତା’ସଙ୍ଗେ ଚଳିତ ବର୍ଷ ଯେଉଁ ଧାନ ଉଠିବାକୁ ପ୍ରସ୍ତୁତ ହେଉଛି ସେହି ଗଉଡତୁଲା ପେକ୍ସକୁ କୁରସୁଡ ପେକ୍ସ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି । ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିବା ପରେ ସହାୟକ ଜିଲ୍ଲାପାଳ ଚନ୍ଦ୍ରକାର ସଙ୍ଗେ ସଙ୍ଗେ ଚାଷୀଙ୍କ ଫୋନରେ କୁରସୁଡ ପେକ୍ସ ସେକ୍ରେଟାରୀଙ୍କ ସଙ୍ଗେ କଥା ହୋଇ ଚାଷୀଙ୍କ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଗଉଡତୁଲା ଗ୍ରାମର ଚାଷୀଙ୍କ ସହ ଚାଷୀ ନେତା ବଳକୃଷ୍ଣ ଷାଣ୍ଡ, ଚାଷୀ ଗୋବିନ୍ଦ ଜାନି, ନରୋତ୍ତମ ଗହିର, ଉଦ୍ଧବ ହାତୀ, ଶତ୍ରୁଘ୍ନ ରଣା, ହେମରାଜ୍ ସାହୁ, ପ୍ରଦୀପ ରଣା, ବାଲେଶ୍ଵର ସାହୁ, ପରୀକ୍ଷିତ ସାହୁ, ରଥ ବଗର୍ତ୍ତି, ଦେବରାଜ ସାହୁ ଓ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.