jayashree

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

  • ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ ରାଉରକେଲା ପକ୍ଷରୁ ରଜ ମଉଜ – ରଜ ରାଜକୁମାରୀ ସିଜିନ ୫ ସ୍ଥାନୀୟ ସିଭିକ ସେଣ୍ଟର୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗରିମା ପରିବାରର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାୟକଙ୍କ ଆବାହକତ୍ଵ ତଥା ଲାୟନ୍ସ ଇଣ୍ଟରନ୍ୟାସନାଲ ଲେଡି ଲାୟନ୍ସର କର୍ମକର୍ତ୍ତାମାନେ ଉପସ୍ଥିତିରେ ରଜ ମଉଜ – ରଜ ରାଜକୁମାରୀ ସିଜିନ୍-୫ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଏବଂ ଅଭିନେତା ପୁପିନ୍ଦରଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା । ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆର୍‌ଏସ୍‌ପି ସଂଚାର ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥୀ, ଏନ୍ଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ପି. ନୀରଜା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଯଶସ୍ୱିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ଏହାକୁ ଏକ ଅନନ୍ୟ ଓ ନାରୀ ସଶକ୍ତିକରଣର ନିଦର୍ଶନ ବୋଲି ଅବହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ତଥା ବିଚାରକ ଦାୟିତ୍ଵ ତୁଳାଇଥିବା ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୀରା ମିଶ୍ର, ସାଗରିକା ସେନାପତି, ନମିତା ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ରଜ ରାଜକୁମାରୀ ପ୍ରତିଯୋଗିତାରେ ଶ୍ରେଷ୍ଠ ୭ ଜଣ ପ୍ରତିଯୋଗୀ ଆରାଧ୍ୟା ମିଶ୍ର, ଶ୍ରେୟସୀ ମହାନ୍ତି, ପୂଜାରାଣୀ ସାହୁ, ଅଙ୍କିତା ନାୟକ, ପ୍ରିୟଙ୍କା, ସୌମ୍ୟଶ୍ରୀ ଦାଶ, କାଶିଶ ଲୋଗାନୀଙ୍କ ମଧ୍ୟରେ ବିଚାରକ ତଥା ଭୂମିକା ଓ ପୁପିନ୍ଦରଙ୍କ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ରଖି ସୌମ୍ୟଶ୍ରୀ ଦାଶ ଚଳିତ ରଜ ରାଜକୁମାରୀ ସିଜିନ ୫ର ବିଜେତା ହୋଇ ବହୁ ପୁରସ୍କାର ଲାଭ କରିଥିଲେ । ସେହିପରି ଫାଇନାଲକୁ ଉନ୍ନୀତ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଲାୟନ ଇଣ୍ଟରନ୍ୟାସନାଲର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଗୌତମ, ରାଧିକା ଗୌତମ, ନିବେଦିତା ମିଶ୍ର, ଦୁର୍ଗେଶ ନନ୍ଦିନୀ, ଗୌତମ ମିଶ୍ର, ଅରୁଣ ନାୟକ, ଦିଲ୍ଲିପ ମହାପାତ୍ର, ପି ସି ନାୟକ, ତୁହିନା, ମୀନୁ, କୁଲଦୀପ, ଇନ୍ଦ୍ରମଣି, ଆରତୀ, ରେଖା ପ୍ରମୁଖ ଉପସ୍ଥିତ ଥିଲାବେଳେ, ଗରିମା ପରିବାରର ଉପଦେଷ୍ଟା ରଶ୍ମିତ ସାହାଣୀ, ଲୁସି ଦାଶ, ପୃଷ୍ଠପୋଷକ ଡ. ସମ୍ପାଦିକା ମହାନ୍ତି, ସମ୍ପାଦିକା ଡ. ସରିତା ମଲ୍ଲ, ଉପାଧ୍ୟକ୍ଷା ପ୍ରଣତୀ ଜେନା, ଆବାହକ ସୁମିତା, ଶଙ୍ଖରିନା, ଶାନ୍ତିଲତା, ଶର୍ମିଲା, ରେବତୀ, ସନ୍ତୋଷୀ, ଲୀନା, ରଶ୍ମିତା, ରଶ୍ମି, ମୀନାକ୍ଷୀ, ସବିତା, ମୋନାଲିସା, ସୁନିତା,ମମତା, ଶୁଭଲକ୍ଷ୍ମୀ, ମୀନତି, ଦେବସ୍ମିତା, ଅଞ୍ଜୁ, ତପସ୍ଵିନୀ, ସସ୍ମିତା, ଗାୟତ୍ରୀ, ରଞ୍ଜିତା, ବିଷ୍ଣୁପ୍ରିୟା, ରିମି, ବ୍ରତତୀ ତଥା ସ୍ୱତନ୍ତ୍ର ଅତିଥି ଭାବେ ସୁନିଲ କାୟଲ, ସନ୍ତୋଷ ଅଗ୍ରୱାଲ, ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ, ସୁନ୍ଦରଗଡ ଜେଲ ଅଧିକ୍ଷକ ଜୀବନ ସିଂ ମୁଣ୍ଡା, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଶିଷ୍ଟ ଅତିଥି ଭୂମିକା ଓ ପୁପିନ୍ଦର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ ।

Leave A Reply

Your email address will not be published.