pakka

୨୧ ଖଣ୍ଡ ଶାଗୁଆନ ଖଣ୍ଡ କାଠ ଜବତ ସହ ଜଣେ ଗିରଫ

bbehera

ରାମନାଗୁଡା : ରାୟଗଡ଼ା ଜିଲ୍ଲା ଗୁଣୁପୁର ବନଖଣ୍ଡ ଅଧିନ ରାମନାଗୁଡା ବନାଞ୍ଚଳ ଅନ୍ତର୍ଗତ ପିତାଲାମିଙ୍ଗି ଠାରେ ବେଆଇନ ଭାବେ ଶାଗୁଆନ କାଠ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରାମନାଗୁଡା ବନବିଭାଗ ପକ୍ଷରୁ ରାତିକାଳୀନ ପ୍ରେଟ୍ରୋଲିଂ ସମୟରେ ପିତାମଲାଙ୍ଗି ଛକ ନିକଟରେ ନିଲାମଗୁଡାର ବାଲା ପାଣିଙ୍କ ଜମିରୁ ଆନ୍ଧ୍ର ଚାଲାଣ ହେଉଥିବା ଏକ ପିକ ଅପ୍ ଗାଡିରୁ ୨୧ଖଣ୍ଡ ଶାଗୁଆନ କାଠ ଜବତ କରିଛି ବନବିଭାଗ । ବେଆଇନ କାଠ ଚାଲାଣ ଅଭିଯୋଗରେ ଦେବରାଜ ଲିମା ନାମକ ଅଭିଯୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ରାମନାଗୁଡା ବନପାଳ ନରେନ୍ଦ୍ର ଗମାଙ୍ଗ ।

jay balangir
Leave A Reply

Your email address will not be published.

eleven − 3 =

error: Content is protected !!