pr

ଜୟପାଟଣାରେ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଫକିର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ଜାତୀୟ କଂଗ୍ରେସ ଦ୍ଵାରା ବାର ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଜୟପାଟଣା ବ୍ଲକ ବନ୍ଦ ଡାକରା ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି । ବଡି ସକାଳୁ ଯାନ ବାହନ ଚଳା ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ରହିଥିବା ବେଳେ ଜରୁରୀ କାଳୀନ ସେବାରେ ବ୍ୟବହୃତ ଗାଡ଼ି ମୋଟରକୁ ଅନୁମତି ଦେଉଥିଲେ । ବ୍ଲକ ସଭାପତି ଗଙ୍ଗାଧର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ଡାକରାରେ ପ୍ରକାଶ ଚନ୍ଦ୍ର ଦୂରିଆ, ଲକ୍ଷ୍ମଣ ମାଝୀ, ସୋମନାଥ ପୁଝାରୀ, ନେତ୍ର ମଣି ବାଗ, ଅମର ସିଂ ମାଝୀ, ଦ୍ରୌପଦ ଶବର, ନୂତନ ଶବର, ରମେଶ ଛତ୍ରିଆ, ମଳୟ ପ୍ରକାଶ ପଣ୍ଡା, ସନ୍ତୋଷ ସ୍ୱାଇଁ, ପ୍ରସନ୍ନ ନାଏକ, ବସନ୍ତ ମାଝୀ, ସାରଙ୍ଗ ପଟ୍ଟନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

nrusinghnath
Leave A Reply

Your email address will not be published.