ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବାନିପାଲି ୟୁଥ୍ ଏକ୍ସନ କମିଟିର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ବରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ୟ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ ସୂଚନା ଦେଇଛନ୍ତି । ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଅପ୍ରମିତ ପରିଛା, ରବି ଖମାରୀ, ଉମେଶ ଗଡତ୍ୟା । ସମ୍ପାଦକ ଗୋପାଳ ବିଶ୍ବାଳ, ଦେବାନନ୍ଦ ନାଗ, ଅକ୍ଷୟ ନାଏକ, ରୁଦ୍ର ପ୍ରଧାନ, ତୁଷାର ଦୀପ, ଜିତେନ୍ଦ୍ର ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 − twenty =