୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ପ୍ରାକ୍ତନ ଛାତ୍ରବନ୍ଧୁମାନଙ୍କ ମଧ୍ୟରେ ଆଜି ଏକ ବନ୍ଧୁମିଳନ ଉତ୍ସବ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ଉକ୍ତ ବ୍ୟାଚର ୫୦ରୁ ଉଦ୍ଧ୍ୱର୍ ଛାତ୍ର ବନ୍ଧୁ ଯୋଗ ଦେଇ ପାଠପଢା ବେଳର ପୁରୁଣା ସ୍ନୃତିକୁ ମନପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରାରମ୍ବରେ ଦିବ୍ୟଙ୍ଗତ ସାଥୀମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ମହତାବ ଉଚ୍ଚ ବିଦ୍ୟାଳୟର ପ୍ରତିବର୍ଷ ୧୦ମ, ୯ମ ଓ ୮ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରଙ୍କୁ ଆର୍ଥିକ ପୁରଷ୍କାର ଓ ଆଶିଷ ପତ୍ର ପ୍ରଦାନ ପାଇଁ ସ୍ଥିର କରାଗଲା । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବୃକ୍ଷ ରୋପଣ ଓ ବିଶ୍ୱତାପୟନ ଉପରେ ସଚେତନତା କରାଯାଇଥିଲା । ପୁରାତନ ସହପାଠୀ ଡା, ସନ୍ତୋଷ ମିଶ୍ର, ଡା.ଗୋପାଳ ଚନ୍ଦ୍ର ସାମାନ୍ତରାୟ, ସାମ୍ବାଦିକ କୁମାର ପ୍ରସନ୍ନ ତ୍ରିପାଠୀ, ଶିକ୍ଷାବିତ ଉଲ୍ଲାସ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ରାୟ, ପ୍ରକାଶ ଚନ୍ଦ୍ର ରଥ, ଚନ୍ଦ୍ର ଶେଖର ପଲେଇ, ପ୍ରଶାନ୍ତ ମହାରଣା, ବେଣୁଧର ରାଉତରାୟ, ଭଗବାନ ମଣ୍ଡଳ, ଗୋବିନ୍ଦ ଦାଶ, ପ୍ରମୋଦ ବିଶ୍ୱାଳ, ଦିବାକର ରଣସିଂହ, ପଦ୍ମଚରଣ ହାତୀ, ବିଦ୍ୟାଧର ବଳବନ୍ତରାୟ, ଗୌରାଙ୍ଗ ମହାରଣା, ଅପର୍ତ୍ଥି ସ୍ୱାଇଁ, ପ୍ରହଲ୍ଲାଦ ଜେନା, ରାମଚନ୍ଦ୍ର ସଁ, ଶରତଚନ୍ଦ୍ର ହରିଚନ୍ଦନ, ନବ କିଶୋର ନାୟକ, ଶ୍ରୀଧର ଦାସ ଓ ବଳରାମ ଶ୍ରୀଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଡା. ସନ୍ତୋଷ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

5 × 2 =