ଚନ୍ଦନଭାଟିରେ ବିଜେଡି ପକ୍ଷରୁ ଜନ ସଂପର୍କ ସାଧାରଣ ସଭା : ଗର୍ଜିଲେ କଳିକେଶ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ହାଇସ୍କୁଲ ପଡ଼ିଆ ଠାରେ ଗତ ସଂଧ୍ୟାରେ ବିଜେଡି ପକ୍ଷରୁ ଏକ ଜନ ସଂପର୍କ ସାଧାରଣ ସଭାର ଆୟୋଜନ ହୋଇଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିବା ଜଣାପଡ଼ିଛି । ମଂଚରେ ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ସହ ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ମନ୍ମଥ ନାରାୟଣ ସିଂହଦେଓ, ସୁକାନ୍ତ ପାଣିଗ୍ରାହୀ, ଗୋଲାପ ବାଗ, ଟିମା ମହାନ୍ତି, ବିଧୂଭୂଷଣ ତ୍ରିପାଠୀ, ପ୍ରଭାସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ି ସରକାରଙ୍କ ଯଥେଷ୍ଟ ଜନହିତକର ଯୋଜନା ସଂପର୍କରେ ଆଲୋଚନା କରିବା ସହ ବଲାଙ୍ଗିରର ବିକାଶରେ ବିଜେଡ଼ିର ପ୍ରଚୂର ଯୋଗଦାନ ସଂପର୍କରେ ଆଲୋକପାତ କରିଛନ୍ତି । ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଜନ ସଂପର୍କ ସାଧାରଣ ସଭା ମଂଚରେ ବିରୋଧୀ ବିଧାୟକ ପ୍ରାର୍ଥୀ ମିଛ କଥା କହି ତାଙ୍କ ବାପା ବଲାଙ୍ଗିରର ବିକାଶ କରିଥିବା କଥା କହୁଥିବା ବେଳେ ଏଥିପ୍ରତି ଲୋକେ ହୁସିଆର୍‌ ହେବାକୁ ସେ ଆହ୍ୱାନ କରିଛନ୍ତି । ଓଡ଼ିଶାର ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ବଲାଙ୍ଗିରରେ ବିକାଶ ହୋଇଛି ବୋଲି ମତ ରଖିଥିଲେ କଳିକେଶ । ଆଗାମୀ ସମୟରେ ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡ଼ିକୁ ସମର୍ଥନ ଜଣାଇ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମବେତ ଜନତାଙ୍କୁ ଅନୁରୋଧ କରିଥିଲେ କଳିକେଶ ।

Leave A Reply

Your email address will not be published.