ବିଜେଡ଼ିରେ ସାମିଲ୍‌ ହେଲେ ୮୬ ନୂତନ ସଦସ୍ୟ

ବଲାଙ୍ଗିର, (କେସିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୦ ନମ୍ୱର ୱାର୍ଡରୁ ୫୦ରୁ ଅଧିକ ମହିଳା ବିଜେଡିରେ ସାମିଲ ହୋଇଥିବା ବେଳେ ଅନୁରୂପ ଭାବେ ସାଲେପାଲିରୁ ୩୬ରୁ ଅଧିକ ଯୁବକ ବଲାଙ୍ଗିର ବିଜେଡିରେ ମିଶିଥିବା ସୂଚନା ମିଳିଛି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆଶିଷ ଦୋରା, ଦେବାଶିଷ ଲେଙ୍କା ଓ ରାଜ କିଶୋର ସିନ୍ଦିରିଆଙ୍କ ନେତୃତ୍ଵରେ ନୂତନ ସଦସ୍ୟମାନେ ବିଜେଡ଼ିରେ ମିଶିଛନ୍ତି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବଲାଙ୍ଗିରର ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଥିବା କହିଛନ୍ତି । ସେହିପରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ସେମାନଙ୍କୁ ଅନୁପ୍ରାଣିତ କରିଥିବା କୁହାଯାଇଛି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ମହିଳା ମାନଙ୍କ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ କଳିକେଶ ସିଂହଦେଓଙ୍କୁ ହାତମୁଠାକୁ ଟାଣ କରିବା ସହିତ ବିଜେଡିକୁ ବିଜୟୀ କରିବା ପାଇଁ ସମସ୍ତେ ବିଜେଡ଼ିରେ ମିଶିଛନ୍ତି । ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.

five + fourteen =