କୁମାରୀରୁ ନାରୀ ସଚେତନତା କାର୍ଯ୍ୟକ୍ରମ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଇନର୍ ହ୍ୱିଲ୍ କ୍ଲବ୍ ଅଫ୍ ରାଉରକେଲା ମିଡ୍‌ଟାଉନ୍ ପକ୍ଷରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ “କୁମାରୀରୁ ନାରୀ” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଋତୁସ୍ରାବ ସ୍ୱଚ୍ଛତା, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଜୀବନଶୈଳୀ ସମ୍ପର୍କରେ ସଚେତନ ହୋଇଥିଲେ । ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ପ୍ୟାକେଟ୍, ବିସ୍କୁଟ୍ ଓ କେକ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାନେତ୍ରୀ କିରଣବାଳା ଦାସ, ସଚିବ ସୌଦାମିନୀ ସିଂହ, ସମ୍ପାଦିକା ମଞ୍ଜୁ ରାଣୀ ମେହେର, ପରାମର୍ଶଦାତ୍ରୀ ରୁଣା ମହାନ୍ତି ଏବଂ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ପରମାର ଓ ଆରତି ମହାନ୍ତି ଉପସ୍ଥିତ ଥିଲେ। । କାର୍ଯ୍ୟକ୍ରମଟି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.