ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏକ ଗୌରବମୟ ପରିବେଶ ମଧ୍ୟରେ ଗତ ସୋମବାର ଦିନ ଡ. ଦିଗାମ୍ବର ଚାନ୍ଦ ମହା ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କୃଷି ଅର୍ଥନୀତି, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ୱତନ୍ତ୍ର ପାରଦର୍ଶିତା ରଖିଥିବା ଡ. ଚାନ୍ଦ ଜଣେ ଆଦର୍ଶ ଶିକ୍ଷାବିତ୍ ଭାବେ ବେଶ୍ ପରିଚିତ । ପୂର୍ବରୁ ସେ ବାମରା ଟ୍ରଷ୍ଟ ଫଣ୍ଡ କଲେଜରେ ୨୬ ବର୍ଷ ଧରି ଅଧ୍ୟାପକ ଭାବେ ଏବଂ ଲରମ୍ଭା କଲେଜରେ ୫ ବର୍ଷ ଧରି ପ୍ରାଧ୍ୟାପକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ଦୀର୍ଘ ଅଭିଜ୍ଞତା ଅନୁଷ୍ଠାନର ପ୍ରଗତି ପାଇଁ ବେଶ୍ ସହାୟକ ହେବ । ଦାୟିତ୍ୱ ଗ୍ରହଣ କରିବା ପରେ ସେ ମହା ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଅଧିକ ସୁଦୃଢ଼ କରିବା ତଥା ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମହାବିଦ୍ୟାଳୟ ପରିବାର ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Next Post
