ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବର ସଭାପତି ଆନନ୍ଦ ଅଗ୍ରୱାଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଲାୟନ୍ସ କ୍ଲବ ପାଇକମାଲ, ନୃସିଂହନାଥ ତରଫରୁ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ପାଇକମାଲର ସଭାପତି ଶ୍ରୀ ଅଗ୍ରୱାଲଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପାଇକମାଲ ଛକରେ ଲାୟନ୍ସ କ୍ଲବର ସଭ୍ୟ ମାନଙ୍କ ଦ୍ୱାରା ୪୦୦ଟି ବିଭିନ୍ନ ପ୍ରକାର ଫଳ ଓ ଔଷଧ ଚାରା ଲୋକମାନଙ୍କୁ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶ ପ୍ରେମୀ ବିଭୁତି ଭୂଷଣ ମୁଣ୍ଡ ସହଯୋଗ କରିଥିଲେ । ଶ୍ରୀ ଅଗ୍ରୱାଲ ବୃକ୍ଷରୋପଣ ସାଙ୍ଗକୁ ତାର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ । ଚାରା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଶ୍ରୀ ଅଗ୍ରୱାଲଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି ଅବସରରେ ଗୋବର୍ଦ୍ଧନ ଅଗ୍ରୱାଲ, ଡା. ଲମ୍ବୋଦର ପଣ୍ତା, ଜନାର୍ଦ୍ଦନ ପଣ୍ତା, ଡା. ରାଜୀବ ପଟ୍ଟନାୟକ, ନନ୍ଦଲାଲ ନାଏକ, ଗିରିଧାରୀ ପୁରୋହିତ, କିଶୋର ବାରିକ, କୀର୍ତ୍ତନ ସୁନିଙ୍କ ସମେତ ଲାୟନ୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ।
