csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଭୋଟର୍ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଭୋଟର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠି ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ଯୁବ ଭୋଟର୍‌ଙ୍କୁ ସଚେତନତା କରିଥିଲେ । ନିଜ ନିଜ ଅଞ୍ଚଳର ବିଏଲ୍‌ଓଙ୍କ ପାଖରେ ଭୋଟର ତାଲିକା ଯାଞ୍ଚ କରି କୌଣସି ଭୋଟରଙ୍କ ନାଁ ଛାଡ଼ି ଦିଆଯାଇଥିଲେ ତୁରନ୍ତ ଯୋଗ କରିବା ପାଇଁ ବିଏଲ୍‌ଓଙ୍କୁ କହିବେ । ୨୦୨୪ ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ହେଉଥିବା ନୂତନ ଭୋଟର୍‌ଙ୍କୁ ମଧ୍ୟ ଯୋଗ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜୟପ୍ରକାଶ ସାହୁ, ଆଲୋକ କୁମାର ରଥ, ସୀତାରାମ ପାଣିଗ୍ରାହୀ, ନଟବର ବେହେରା, ଦମୟନ୍ତି ମେହେର, ଜୟନ୍ତୀ ଖୁଣ୍ଟିଆ, ଭୂଷଣ ଚନ୍ଦ୍ର ମେହେର, ଡିଲେଶ୍ୱର ନିଆଲ, ଭାଷ୍କର ମେହେର, ଲୋକନାଥ ମେହେର, ଗିରିଶ ଚନ୍ଦ୍ର ଧୁବଲ, ଜୟପ୍ରକାଶ ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର, ବନିତା ସାହୁ, ରୋହିଣୀ ପ୍ରଧାନୀ, ତେଜେଶ୍ୱର ପ୍ରଧାନ, ଆଲୋକ ମୁଣ୍ଡ, ରଞ୍ଜିତ ସଗରିଆ, ରାମକୃଷ୍ଣ ବାଗ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.