csstore

ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅକ୍ସଫାମ୍ ଇଣ୍ଡିଆର ସଚେତନତା ସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସୀମାନ୍ତବର୍ତ୍ତୀ ଗ୍ରାମ ପଞ୍ଚାୟତ ମୋହନଗିରି ସ୍ଥିତ ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଲିଙ୍ଗଗତ ବିଭେଦ ସଚେତନତା ଶିବିର ଅକ୍ସଫାମ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଆଶିଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ଅଧ୍ୟକ୍ଷା, କୌଶିକ ବାବା ମହାବିଦ୍ୟାଳୟ, ତେରେସିଂହା ଲିପ୍ସାମୟୀ ଦୁବେ, ଧବଳେଶ୍ଵର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପୟର ପଟ୍ଟନାୟକ, ତାଲିମଦାତା କରିଶ୍ମା ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ଛାତ୍ରୀମାନଙ୍କୁ କିଶୋର ସମୟରେ ସ୍ୱାସ୍ଥ୍ୟର ଯତ୍ନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ସମେତ ଅକ୍ସଫାମ ଇଣ୍ଡିଆର ଶୁଭ୍ରାଂଶୁ ଶେଖର ମାଝୀ, ଶରତ କୁମାର ସାହୁ, ଗଣେଶ ନାୟକ, ସମୀର ପୁଝାରୀ, ସସ୍ମିତା ପୁଝାରୀ, ଜ୍ୟୋତିର୍ମୟୀ ଦହଲ, ଦେବ ଗୌଡ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.