pr

ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ସଚେତନତା ମୂଳକ କାର୍ଯ୍ୟକ୍ରମ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଗ୍ରାମପଞ୍ଚାୟତ ସ୍ତରୀୟ ପାରସ୍ପରିକ ବାର୍ତ୍ତାଲାପ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଠେମରା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିବାଜୀ ଇସଲୱାରଙ୍କ ଅକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ-ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଧିକାରୀ ଗଣ ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା, ଶ୍ରମିକମାନଙ୍କ ସମସ୍ୟାର ସମାଧାନ, ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା, କର୍ମନିଯୁକ୍ତି ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ, ସ୍ୱଳ୍ପ କାଳୀନ ଛାତ୍ର / ଛାତ୍ରୀବାସ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ଋଣ ଉପଲବ୍ଧତା, ବସୁନ୍ଧରା ଯୋଜନାରେ ଗୃହ ଉପଯୋଗୀ ବାସଗୃହସରକାରଙ୍କ ଜନ ମଙ୍ଗଳ ଯୋଜନାରେ କର୍ଯ୍ୟକାରିତା କରୁଥିବା ବିଭିନ୍ନ ବିଭାଗ ଯଥା ପଂଚାୟତିରାଜ, କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁ ସମ୍ପଦ, ଜଳସେଚନ, ଜଙ୍ଗଲ ବିଭାଗରେ ହେଉଥିବା ସମସ୍ତ ଜୀବନ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ବା ଯୋଜନା ବାବଦରେ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କ ସହ ବାର୍ତ୍ତାଳାପ ମଧ୍ୟମରେ ଯୋଜନା ଗୁଡିକର ସବିଶେଷ କାର୍ଯ୍ୟକାରିତା ତଥା ଯୋଜନା ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗଙ୍କ ସହ ଜିଲ୍ଲୀ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ଅଞ୍ଚଳର ଶ୍ରମିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.