csstore

ଦିଲିପ ବେହେରା ହେଲେ ଜିଲ୍ଲା କଂଗ୍ରେସ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାମୁଆ ସଂଗଠକ, ସୁବକ୍ତା, ଆଇନଜୀବୀ ଦିଲିପ ବେହେରାଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପୁନଃ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କ ନିଯୁକ୍ତିରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡିଶା ପ୍ରଭାରି ଡ. ଚେଲା କୁମାର, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ଆଗାମୀ ଦିନରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ପାଇଁ ପରିପ୍ରକାଶ କରିଥିଲେ । ଶ୍ରୀ ବେହେରାଙ୍କୁ ପୁନଃ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ମନୋନୀତ କରିଥିବାରୁ ଟାଉନ କଂଗ୍ରେସ, ଜିଲ୍ଲା କିଶାନ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ପଞ୍ଚାୟତିରାଜ କଂଗ୍ରେସ, ଜିଲ୍ଲା ସେବାଦଳ, ଏସ୍‌ଟି ସେଲ, ଏସ୍‌ସି ସେଲ ଏବଂ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଆହୁରି ସଂଗଠିତ ହେବ ବୋଲି ମତବ୍ୟକ୍ତ କରି ଜିଲ୍ଲା କଂଗ୍ରେସରୁ ତୃଣମୂଳ ସ୍ତରର କର୍ମୀମାନେ ଅତ୍ୟନ୍ତ ଉତ୍ସାହିତ ମନେ କରୁଛନ୍ତି ।

jayashree
Leave A Reply

Your email address will not be published.