jayashree

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ଏକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ କୋଏଲ ନଗର ବି ବ୍ଲକ ସ୍ଥିତ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଧୃବଚରଣ ସିଂହଙ୍କ ସଂଯୋଜନା ଓ ସଭାପତି ମିତା ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ବିବେକାନନ୍ଦ ସାହୁ, ପ୍ରକାଶ ମହାକୁଡ ପ୍ରମୁଖ ଯୋଗଦେଇଥିଲେ । ସଭାପତି ଶ୍ରୀମତୀ ଗୌଡ ସ୍ୱାଗତ ଭାଷଣରେ ଏହି ଅନୁଷ୍ଠାନ ୨୦୦୮ ମସିହାରୁ ଆରମ୍ଭ ହୋଇ ଏଯାବତ ବିଭିନ୍ନ କାର୍ଯ୍ୟକ୍ରମ ତଥା ଏଥିରେ ୧୧୧ ଜଣ ସଦସ୍ୟ ଥିବା ସମ୍ପର୍କରେ ସୂଚନା ଦେଇଥିଲେ ଓ ଆବାହକ ଶ୍ରୀ ସିଂହ ଅନୁଷ୍ଠାନର କାର୍ଯ୍ୟକ୍ରମ ଯଥା ମହିଳା ସଶକ୍ତିକରଣ, ଦାହ ସଂସ୍କାରରେ ସହାୟତା, ବସ୍ତି ଓ ଅବହେଳିତ ଅଞ୍ଚଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ଅସହାୟ ବ୍ୟକ୍ତିଙ୍କୁ ସହାୟତା, ବୁଲା ପଶୁଙ୍କୁ ଖାଦ୍ୟ ଓ ଚିକିତ୍ସା ସହ ମୃତଦେହ ବାହାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରାତ୍ତୋର ଉନ୍ନତି କାମନା କରି ଉପସ୍ଥିତ ଜନସାଧାରଣଙ୍କୁ ଏଭଳି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ସର୍ବସମ୍ମତିକ୍ରମେ ଗୌତମ ଆଚାର୍ଯ୍ୟଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଏହି କ୍ରମରେ ସମାଜସେବା ପାଇଁ ଆଗେଇ ଆସିଥିବା ନୂତନ ପିଢ଼ି ମଧୁଲିତା ଗୌଡ, ଆଶୁତୋଷ ଗୌଡ଼, ପଲକ ସିଂ, ସିଦ୍ଧି ସିଂ, ସ୍ୱାଗତିକା ଧର, ଦେବ ସିଂ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ସର୍ବଶ୍ରୀ ସନ୍ତୋଷ ଗୌଡ଼, ଧିରେନ ମହାନ୍ତି, ପରମଜିତ ସାହା, ପ୍ରମୋଦ ପଣ୍ଡା, ରଞ୍ଜନ ବେହେରା, ଅଶୋକ ରଥ, ସତ୍ୟଜିତ ମଲ୍ଲିକ, ବନବିହାରୀ ମହାରଣା, ସଞ୍ଜୀବ ଧର, ବିଭୁତି ଭୂଷଣ ମହାନ୍ତି, ସୁମନ୍ତ ଜେନା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରଜ୍ଞା ସିଂହ ମଞ୍ଚାସୀନ ଥିବା ବେଳେ ଶେଷରେ ଶ୍ରୀ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅନ୍ତେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.