om academy

ସହିଦ ରେଣ୍ଡୋ ମାଝୀ ସ୍ମୃତି ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

jsm

କଳାହାଣ୍ଡି, (ପି.କେ.ସାହୁ) : ସହିଦ ରେଣ୍ଡୋ ମାଝୀ ସ୍ମୃତି ପରିଷଦ ପକ୍ଷରୁ ଅମର ବୀର ସହିଦ ରେଣ୍ଡୋ ମାଝୀ ଏବଂ ଅନ୍ୟ ବୀର ସହିଦମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ରେଳ ଷ୍ଟେସନ ରାସ୍ତାରେ ରହିଥିବା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାର୍ଶ୍ଵରେ ଆୟୋଜିତ ଏହି ସମାରୋହରେ ଓଡିଶା ସରକାରଙ୍କ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସହିଦ୍ ରେଣ୍ଡୋ ମାଝୀ ଓ ଅନ୍ୟ ସାଥୀ ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କ୍ୟାପଟେନ ମିଶ୍ର । ସହିଦ୍ ରେଣ୍ଡୋ ମାଝୀ ସ୍ମୃତି ପରିଷଦର ସଭାପତି ତଥା ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ଓ ଆବାହକ ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦୁର୍ଗା ମହାରଣା, ଭବାନୀପାଟଣା ପୌରପାଳିକା କାର୍ୟ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଯୁବନେତା ସତ୍ୟବାଦୀ ନାଏକ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଅତିଥିମାନେ ରେଣ୍ଡୋ ମାଝୀଙ୍କ ସମେତ କଳାହାଣ୍ଡିର ବୀର ପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.