pr

ବଲାଙ୍ଗିର ଜିଲ୍ଲା ମହିଳା କ୍ରିକେଟ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କଟକରେ ଚାଲିଥିବା ଆନ୍ତଃଜିଲ୍ଲା ମହିଳା ଟି-୨୦ କ୍ରିକେଟରେ ବଲାଙ୍ଗିର ଜିଲ୍ଲା ମହିଳା ଦଳ ଓ କଟକ ଜିଲ୍ଲା ଦଳ ମଧ୍ୟରେ ଗତ କାଲି ବାରବାଟୀ ଷ୍ଟଡିୟମରେ ଫାଇନାଲ ଖେଳ ହୋଇଥିଲା । ଏଥିରେ ବଲାଙ୍ଗିର ଦଳ ରନର୍ସଅପ ହୋଇ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପାଇଥିଲେ । ଉକ୍ତ ଟିମ୍‌ ଆଜି ସକାଳେ ବଲାଙ୍ଗିର ପହଞ୍ଚିବା ସଙ୍ଗେସଙ୍ଗେ ବଲାଙ୍ଗିର କ୍ରିଡା ସଂସଦର କାର୍ଯ୍ୟକର୍ତ୍ତା ବୃନ୍ଦ କୋଚ୍‌ ଅରୁଣ ନାୟକ, ଟିମ୍‌ ମେନେଜର ଇନ୍ଦିରା ନନ୍ଦିନୀ ନାଥ, ଅଧିନାୟିକା ମାଧୁରୀ ମେହେଟ୍ଟା, ସରିତା ମେହେର ଆଦି ସମସ୍ତ ଖେଳାଳୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କ୍ରିଡା ସଂସଦ ତରଫରୁ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ-ସଂପାଦକ ଶତୃଘ୍ନ ସିଂହ ଓ କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

nrusinghnath
Leave A Reply

Your email address will not be published.