ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ଅଚଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ରବିବାର ଅଚଳ ହୋଇଯାଇଛି, ଏହାର କଏଲ ପୋଡି ଯାଇଥିବା ବେଳେ କୋଲକାତାରୁ କମ୍ପାନୀ ମିସ୍ତ୍ରୀ ଆସିଲେ ଯାଇ କାର୍ୟ୍ୟକ୍ଷମ ହୋଇ ପାରିବ । ବର୍ତମାନ ସ୍ଥିତିରେ କେବଳ ପରିବେଶ ଦୃଷ୍ଟିରୁ ନୁହେଁ, କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାରରେ ବୈଦ୍ୟୁତିକ ଚୁଲା ସୁରକ୍ଷିତ ପ୍ରକ୍ରିୟା ଥିଲା ।
୨୦୧୪ ମସିହା ଏହି ଚୁଲା ସ୍ଥାପନ ହେବା ଦିନରୁ ବାରମ୍ବାର ଅଚଳ ହେଉଛି । ଏମସିଏଲର ପାରିପାଶ୍ୱିକ ଉନ୍ନୟନ ପାଣ୍ଠିରୁ ଏକ କୋଟି ଟଙ୍କାରେ ରାଜଘାଟର ଏହି ଚୁଲା ସହ ସୌନ୍ଦର୍ୟ୍ୟ ବୃଦ୍ଧି କରାଯାଇଥିଲା । ୨୦୧୮ ମସିହାରୁ ଏକ ବର୍ଷ କାଳ ଅଚଳ ରହିବା ପରେ ମରାମତି କରାଯାଇଥିଲେ ମଧ୍ୟ ପୁଣି ଅଚଳ ହେବା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଯଥାଶୀଘ୍ର ଏହା ମରାମତି ହେବ ବୋଲି ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

2 + 10 =