ଭୁସଲାଡ଼ରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ଥିବା ଭୀମ ଭୋଇ ହାଇସ୍କୁଲଠାରେ ଆଜି ସେବା ଜଗତ ଅନୁଷ୍ଠାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଏଚ୍‌ଇଓ ଆନନ୍ଦ ମିଶ୍ର ଯୋଗଦେଇ କିଶୋରୀ ମାନଙ୍କୁ ମାସିକ ଋତୁସ୍ରାବ ଉପରେ ସମ୍ୟକ ଧାରଣା ଦେଇଥିଲେ ।ଏଏନ୍‌ଏମ୍‌ ବନିତା ବାଗ ଓ ସେବା ଜଗତ ଅନୁଷ୍ଠାନର ବ୍ଲକ ସଂଯୋଜକ ଶଶି ଭୂଷଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିଶୋରୀ ବାଳିକାମାନେ କିପରି ଋତୁସ୍ରାବ ସମୟରେ ନିଜକୁ ସ୍ୱଚ୍ଛ ରଖିବେ ତାଙ୍କ ଶରୀରର ଯତ୍ନ କିପରି ନେବେ ତାହାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏଥିରେ ବହୁ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.