jsm

ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ମାମଲାରେ କ୍ରାଇମବ୍ରାଞ୍ଚ ଆହୁରି ତଥ୍ୟ ଖୋଜୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆହୁରି ବଳିଷ୍ଠ କରିବାରେ ଲାଗିଛି । ଏହି କ୍ରମରେ ଆଜି କ୍ରାଇମବ୍ରାଞ୍ଚ ଦଳ ରିଲାଏନ୍ସ ଏଜୁକେସନ୍‌ କମ୍‌ପ୍ଲେକ୍ସର ମାଲିକ ତଥା ଏହି ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ତାଙ୍କ ପାର୍ଟନର୍‌ ଆଲୋକ ଉଦ୍‌ଗାତାଙ୍କ ଘରକୁ ଯାଇ ସର୍ଚ୍ଚ କରିବା ସହ ଅଭିଯୁକ୍ତଙ୍କ ସଂପର୍କୀୟମାନଙ୍କୁ ପଚରା ଉଚୁରା କରିଛି । ଅନ୍ୟପକ୍ଷରେ ଜାଲ୍‌ ସାର୍ଟିଫିକେଟ ରାକେଟ୍‌ର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସହ ଅନ୍ୟ ଦୁଇ ଜଣ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ କ୍ରାଇମବ୍ରାଞ୍ଚ୍ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ସିଭିଲ କୋର୍ଟରେ ମାନ୍ୟବର ଅଦାଲତଙ୍କୁ ଆବେଦନ କରିଥିବା ବେଳେ ମାନ୍ୟବର ଅଦାଲତ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ସୂଚନା ମିଳିଛି । ତେବେ ଆସନ୍ତା କାଲିଠାରୁ ପୁଲିସ ରିମାଣ୍ଡରେ ଉପରୋକ୍ତ ୪ ଜଣଙ୍କୁ ୩ଦିନ ପାଇଁ କ୍ରାଇମବ୍ରାଞ୍ଚ୍ ନେବ ବୋଲି ଜଣାପଡିଛି ।

yuvodaya
Leave A Reply

Your email address will not be published.