pakka

୮୫ ପଞ୍ଚାୟତକୁ ୨୦୨୧ର ଫସଲ ବୀମା ରାଶି ମିଳିବା ଦାବୀରେ କୃଷକ ମହାସଂଘ ପକ୍ଷରୁ ଲାଠୋର ହରିଶଙ୍କରଠାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ

bbehera
  • ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଚାଷୀ ଓହରିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ୨୦୨୧ ମସିହା ଫସଲ ବୀମା ପାଇନଥିବା ଜିଲ୍ଲାର ୮୫ ପଞ୍ଚାୟତକୁ ବୀମା ରାଶି ମିଳିବା ଦାବୀ ଏବଂ ବିଭିନ୍ନ ସମସ୍ୟା ୨୦୨୧ ଖରିଫ ବର୍ଷରେ ଭୟାବହ ମରୁଡି ହେତୁ ମରୁଡି ଘୋଷଣା କରିବା, ୩୩ ପ୍ରତିଶତ ଜଳସେଚନ ବ୍ୟବସ୍ଥା, କଳାବଜାର କରୁଥିବା ସାର କମ୍ପାନୀ ଓ ସାର ହୋଲସେଲରମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜିଲ୍ଲାରେ ଥିବା ଏକ ମାତ୍ର ବିଜୟାନନ୍ଦ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା, କୃଷି ବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବୀ ନେଇ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଆଜି ସଭାପତି ଜତି ପ୍ରଧାନଙ୍କ ନେତୃତ୍ୱରେ ହରିଶଙ୍କର ରୋଡ଼ ତଥା ଲାଠୋର ଠାରେ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ବ୍ଲକର ସମସ୍ତ ଚାଷୀ ଏକାଠି ହୋଇ ରେଳରୋକ କରିଥିଲେ । ସୂଚନା ଅନୁସାରେ, ବିଗତ ୨୦୨୧ ମସିହାରେ ବଲାଙ୍ଗିର ଜିଲ୍ଲାରେ ଭୟାବହ ମରୁଡି ସମସ୍ୟା ଉପୁଜିବା ଫଳରେ ଜିଲ୍ଲାର ଚାଷୀମାନେ ଭାଙ୍ଗି ପଡିଛନ୍ତି । ମରୁଡି ସମସ୍ୟା ହେଲେ ଯେଉଁ ବୀମା କମ୍ପାନୀ ଦ୍ଵାରା ଚାଷୀମାନଙ୍କୁ ଫସଲ ବୀମା ଟଙ୍କା ପ୍ରଦାନ କରାଯାଏ ତାହା ଆଜି ପର୍ଯ୍ୟନ୍ତ ୮୫ଟି ପଞ୍ଚାୟତକୁ ମିଳିନଥିବାରୁ ଅନେକ ଥର ଆନ୍ଦୋଳନ କରିଥିବା ବେଳେ ଆଜି ସମସ୍ତ ଚାଷୀ ଲାଠୋର ଷ୍ଟେସନରେ ରୁଣ୍ଡ ହୋଇ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ନବୀନ ସରକାର ଗୋ ବେଗ୍‌, ମୋଦୀ ସରକାର ଗୋ ବେଗ୍‌ ବୋଲି ଚାଷୀମାନେ ବିଭିନ୍ନ ନାରାବାଜୀ ଦେଇଥିଲେ । ପ୍ରାୟ ଦୀର୍ଘ ୪ ଘଣ୍ଟା ଧରି ରେଳରୋକ କରିବା ପରେ ମାଳବାହି ଟ୍ରେନ ସହ ବିଶାଖାପାଟନମ୍ ଦୁର୍ଗ ଯାତ୍ରୀବାହି ରେଳ ଅଟକି ରହିଥିଲା । ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳକୁ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲମ୍ଭୋଦର ଧରୁଆ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ସାତ ଦିନ ମଧ୍ୟରେ ବୀମା ଟଙ୍କା ପ୍ରଦାନ ଓ ବୀମା କମ୍ପାନୀ ନାମରେ ମାମଲା ରୁଜୁ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ । ଏଥିରେ ଚାଷୀ ନେତା କ୍ଷମାନିଧି ଭୋଇ, ଗୋପବନ୍ଧୁ ସାହୁ, ଶୁସିଲ କୁମାର ଗୁରୁ, ବୈଦ୍ୟନାଥ ମିଶ୍ର, ଏଲଡିଏ ଲବ ସୁନା, କୋଶଳ ପ୍ରେମୀ କାଶିରାମ ମେହେର, କନ୍ଦର୍ପ ସୁଆର, ସୁନାରାମ ପୁଟେଲ, ବିପିନ ବରିହା, କୁରେଶ୍ଵର ବରିହାଙ୍କ ସମେତ ପ୍ରାୟ ୪ ହଜାରରୁ ଅଧିକ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

6 + fifteen =