pakka

ବଲାଙ୍ଗିର ଜିଲ୍ଲା କନିଷ୍ଠ କିରାଣୀ ସଂଘର ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) ; ଧୋବା ଉଚ୍ଚ ବିଦ୍ୟାଳୟ ହର୍ଡାଟାଲଠାରେ କନିଷ୍ଠ କିରାଣୀ ସଂଘ ବଲାଙ୍ଗିରର ସଭାପତି ଶ୍ରୀପତି ବିଶ୍ୱାଲଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା କିରାଣୀ ସଂଘ ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ବିନୋଦ ବିହାରୀ ପାଣିଗ୍ରାହୀ, ଓଷ୍ଟା ଉପଦେଷ୍ଟା ସଭ୍ୟ ସୁଧାଂଶୁ ଶେଖର ବାବୁ, ଓଷ୍ଟା ଜିଲ୍ଲା ସମ୍ପାଦକ ତାରାକାନ୍ତ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ସଭାରେ ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଅନେକ କନିଷ୍ଠ କିରାଣୀ ମାନଙ୍କୁ ବିଭିନ୍ନ ସମସ୍ୟା ଯଥା ଗ୍ରେଡପେ ଏବଂ ଆର୍‌ଏସିପି ଓ ସରକାରୀକରଣ ସମ୍ବନ୍ଧରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତତ୍‌ ପରେ ବିଭିନ୍ନ ସମସ୍ୟାର ସମ୍ବନ୍ଧରେ ଉପସ୍ଥିତ ସମସ୍ତ କିରାଣୀ ମାନଙ୍କୁ ଆଲୋକପାତ କରାଯାଇଥିଲା ଏବଂ ଭଗବାନ ମେହେରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାର ସମ୍ପାଦକ ଓ ଉପସଭାପତିଙ୍କ ସହ ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

18 + 4 =