pakka

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗକୁ ନେଇ ଓଡିଶାରୁ ରାଜ୍ୟସଭା ସାଂସଦ ରେଳ ମନ୍ତ୍ରୀ ହେବା ପରେ ଆଶା ଉଜ୍ୱଳ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି । ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ । ଏବେ କେନ୍ଦ୍ରରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ପ୍ରକଳ୍ପ ତ୍ଵରାନିତ ହେବା ଆଶା ଉଜ୍ୱଳ ହେବ ବୋଲି ଆଶା କରାଯାଉଛି । ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ତାଳଚେର-ଲାଞ୍ଜିଗଡ଼ ରେଳ ପ୍ରକଳ୍ପ ପାଇଁ ପୂର୍ବତଟ ରେଳବାଇକୁ ଏକ ସର୍ଭେ ନିମେନ୍ତ ଚିଠି କରିଥିଲେ । ଏହାର ଦୈର୍ଘ୍ୟ ୨୩୦ କିଲୋମିଟର ଓ ଏଥିପାଇଁ ୫୨୦୫.୯୬ କୋଟି ଅଟକଳ ମୂଲ୍ୟର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଥିଲେ । ରେଳ ବିଭାଗ ଏହାର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛି । ଏହା ଝାରପଡ଼ା ଷ୍ଟେସନରୁ ଆରମ୍ଭ ହୋଇ ବଇଣ୍ଡା, ହଣ୍ଡପା, ଠାକୁରଘର, ଆଠମଲ୍ଲିକ, ପୁରୁଣା କଟକ, ଚାରିଛକ, ଆଦିନଗଡ଼, ଗରିପଡ଼ା, ଖଜୁରୀପଡ଼ା, ରଙ୍ଗାପଦର, ଫୁଲବାଣୀ, ରତାଖଣ୍ଡି, ସାରଙ୍ଗଗଡ଼, ସାପାକାମ୍ବା, ବାଲିଗୁଡ଼ା, ଲାହାଡ଼ି, ବାଲିବାଜୁ ଦେଇ ମଦନପୁର-ରାମପୁର, ଗୁଡେନ୍‌ ଦେଇ ଲାଞ୍ଜିଗଡ଼ ରୋଡ଼ରେ ସଂଯୋଗ ହେବ । ଯାହା ଅନ୍ୟ ରେଳପଥ ଅପେକ୍ଷା ଲାଞ୍ଜିଗଡ଼କୁ ଦୂରତା ୧୦୦ କିଲୋମିଟର କମିଯିବ । ରେଳବାଇ ବୋର୍ଡ଼ର ଏକ ରିପୋର୍ଟକୁ ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ ମଧ୍ୟ କରିଥିଲେ । କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରହୁଥିବା ବେଳେ ରେଳ ପ୍ରକଳ୍ପ ନଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ସୁବିଧାରେ ଆସିପାରୁ ନାହାନ୍ତି । ଏହା ସହ ଜିଲ୍ଲାରେ ଗ୍ରାଫାଇଟ୍‌ ପାହାଡ଼ ମହଜୁଦ୍‌ ଥିବା ବେଳେ ରେଳ ସଂଯୋଗ ହେଲେ ଏହାକୁ ଭିତ୍ତି କରି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ସ୍ୱପ୍ନ ମଧ୍ୟ ସାକାର ହୋଇପାରିବ । ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ରହିବ, ତେବେ ଖୁବ୍‌ ଶୀଘ୍ର ଜମି ଚିହ୍ନଟ ଓ ଅଧିଗ୍ରହଣ କରି ରେଳବାଇକୁ ପ୍ରଦାନ କଲେ କନ୍ଧମାଳବାସୀ ଉପକୃତ ହେବା ସହ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ବାଲିଗୁଡ଼ା ଉପଖଣ୍ଡ ସଦର ମହକୁମାକୁ ରେଳ ସଂଯୋଗ ହୋଇ ପାରିବ । ଏଥିସହ ରେଳବିହୀନ ଜିଲ୍ଲା ତାଲିକାରୁ କନ୍ଧମାଳ ବାଦ୍‌ ପଡ଼ିବ ବୋଲି ମତ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

14 + 19 =

error: Content is protected !!