pakka

ଲାଠୋର ଭାରତ ପେଟ୍ରୋଲ ପମ୍ପରେ ଅବକାରୀ ଚଢାଉ : ୭ ପେଟି ବିଦେଶୀ ମଦ ଜବତ, ଜଣେ ଅଟକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି କଲେଜ ଛକ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବିପୁଲ ପରିମାଣରେ ବିଦେଶୀ ମଦ ଜବତ ହୋଇଛି ।ଲାଠୋରର ଭାରତ ପେଟ୍ରୋଲିୟମ ପମ୍ପରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଏବଂ ଗଚ୍ଛିତ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ବଲାଙ୍ଗିର ମୋବାଇଲ ଟିମ୍ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବରେ ପେଟ୍ରୋଲ ପମ୍ପରେ ଚଢାଉ କରିଥିଲେ । ଚଢାଉରେ ୭ ପେଟି ବିଅର ୩ ପେଟି ବିଦେଶୀ ମଦ ଜବତ କରିବା ସହ ଲାଠୋର ଗ୍ରାମର ଜଗତରାମ ବାଗ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛନ୍ତି । ଏହି କିଛି ଦିନ ଆଗରୁ ମଧ୍ୟ ଲାଠୋର ସାପ୍ତାହିକ ବଜାର ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା । ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଜଗତରାମ ନାଗ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପଡୋଶୀ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରୁ ଆଣି ବେଆଇନ ମଦ କାରବାର କରୁଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯିବ ବୋଲି ଥାନା ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

1 × five =

error: Content is protected !!