pakka

ସ୍ଵର୍ଗତ ରାୟଧର ଲୁହାରଙ୍କ ୧୭ତମ ସ୍ମୃତି ସଭା ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ସ୍ଥିତ ବିକ୍ରମନଗର ଠାରେ ଦେବାର ଛତରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ରାୟଧର ଲୁହାରଙ୍କ ସ୍ମୃତି ସଭା ଓ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂତନ କମିଟି ଗଠନ କରାଯାଇଥିଲା । ପ୍ରଥମେ ସ୍ଵର୍ଗତ ରାୟଧର ଲୁହାର ଓ ଡବିଆର୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ଵର୍ଗତ ଲୁହାରଙ୍କ ଜୀବନୀ ବିଷୟରେ ସଂଚାର ମାଧ୍ୟମରେ ବାହକ ଗଣେଶ ସୁନା, ଆଦି ମୁନ୍ନା ଓ କପୁର ଚନ ଛତର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ତାପରେ ଆସିଥିବା ୧୫ଟି ପଞ୍ଚାୟତର କର୍ମକର୍ତ୍ତା ମାନେ ସ୍ଵର୍ଗତ ଲୁହାରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ଯୁଧିଷ୍ଠିର ଚାନ୍ଦ, ଉପ ସଭାପତି ମଣି ମହାନନ୍ଦ, ସାଧାରଣ ସମ୍ପାଦକ ଦେବାର ଛତର, ସମ୍ପାଦକ ଲଲିତ ଜଗତ, କୋଷାଧ୍ୟକ୍ଷ ରାଜୁ ମହାନନ୍ଦ ଉପଦେଷ୍ଟା ମଣ୍ଡଳୀରେ କ୍ଷେତ୍ରି ଲୁହାର, ଯୁଗଳ କିଶୋର ମହାନନ୍ଦ, ରଞ୍ଜିତା ଛତର, ରମଲା ଲୁହାର, ମୋହନ ଜଗତ, ବେର୍ ନି ମହାନନ୍ଦ, ସାରଥି ସୁନା, ଗୋକୁଳ ରାଜ ହଂସ ପ୍ରମୁଖ ଅଛନ୍ତି । ସଭାକୁ ଦେବାର ଛତର ପରିଚାଳନା କରିଥିବାବେଳେ ଲଲିତ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ । ଆବାହକ ମଣ୍ଡଳୀର ଦେବାର ଛତର, ଧନସିଂ ତାଣ୍ଡି, ଗଣେଶ ସୁନା, ମଣି ମହାନନ୍ଦ, ଲଲିତ ଜଗତ, ରମେଶ ଦୀପ କ୍ଷେତ୍ରୀ ଲୁହାର, ଯୁଧିଷ୍ଠିର ଚାନ୍ଦ, ମନୋରଞ୍ଜନ ସୁନା, ଆଦି ମୁନ୍ନା, ନବଘନ ତାଣ୍ଡି, ମୋହନ ଜଗତ ଓ ନାରାୟଣ ଶିକା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 − 10 =

error: Content is protected !!