ରାତିରେ ହାତୀ ଉପଦ୍ରବ

ନୀଳଗିରି : ବାଲେଶ୍ୱର ଜିଲ୍ଲା କୂଳଡିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ସୁନ୍ୟମଣ୍ଡପ ନିକଟରେ ବିଳମ୍ବିତ ରାତିରେ କୂଳଡିହା ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷୀ ଧାନକାଟି ଧାନକ୍ଷେତରେ ରଖିଥିବା ବେଳେ ପ୍ରତିଦିନ ବିଳମ୍ବିତ ରାତିରେ ହାତୀ ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱଷେଣରେ ଆସି ଉପଦ୍ରବ ମଚାଇଛନ୍ତି । ହାତୀଟି ଧାନ ଖାଇଛି କମ ପାଦରେ ଦଳି ଚକଟି ନଷ୍ଟ କରିଛି ଅଧିକ । ଖବର ପାଇବା ପରେ ବନବିଭାଗ ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡ଼ାଇବାରେ ସକ୍ଷମ ହୋଇଛି । କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଚିହ୍ନଟ କରି ସହାୟତା ଦେବାକୁ ଚାଷୀମାନେ ଦାବିକରିଥିବା ବେଳେ ବନବିଭାଗକୁ ପାଟ୍ରୋଲିଂ ବଢାଇବା ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.