pakka

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଏଥର ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ । ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ନୀତି ନିର୍ଘଣ୍ଟ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ ।

ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୬ଟାରେ ହେବ ମଙ୍ଗଳ ଆଳତୀ, ୭ଟାରେ ଅବକାଶ ନୀତି ପରେ ୮ଟାରେ ସକାଳ ଧୂପ ନୀତି ହେବ । ଏହାପରେ ୯ଟାରେ ରଥ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳର୍ପଣ ହେବ। ୯ଟା ୩୦ରେ ପହଣ୍ଡି ହେବ । ୧୨ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହେବ । ଏହାପରେ ୧ଟା ୩୦ରେ ଚିତା ଲାଗି ହେବ । ୨ଟା ୩୦ରେ ଗଜପତି ଛେରା ପହଁରା କରିବେ। ୩ଟାରେ ଚାରମାଳ ଓ ଘୋଡ଼ା ଲାଗିବ । ୪ଟାରେ ରଥଟଣା ହେବ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ ।‌ ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।‌

Leave A Reply

Your email address will not be published.

seventeen − one =