ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା, ଦୁଇ ବର୍ଷ କୋଭିଡ କଟକଣା ପରେ ଆଜି ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ, ସେବାୟତ କ୍ଷେତ୍ରମଣି ସିଙ୍ଗ, ଶଶୀକାନ୍ତ ଚିନଦା, ସୂର୍ଯ୍ୟମଣୀ ପଣ୍ଡା ଓ କାଳୀ ପ୍ରସାଦ ପାଢ଼ୀ ଭାବେ ନିୟୋଜିତ ଥିଲେ । ମଦନପୁର ରଥଯାତ୍ରାଠାରେ କୁନି କୁନି ପିଲାମାନଙ୍କ ଦ୍ୱାରା କୁନି ରଥ ଟାଣିବା ବେଶ ଆକର୍ଷଣୀୟ ଥିଲା ।

Leave A Reply

Your email address will not be published.

14 − 12 =