pakka

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ, ଡେଲାଙ୍ଗ-ବ୍ରହ୍ମଗିରି ସଡକ, ପିପିଲି-ଡେଲାଙ୍ଗ ସଡକରେ ଶିଶୁମାନେ ଶତାଧିକ ଛୋଟଛୋଟ ରଥରେ ଚତୁର୍ଦ୍ଧାମୂର୍ତିଙ୍କୁ ଆସୀନ କରାଇ ରଥ ଟାଣିବା ଦେଖାଯାଇଥିଲା ବେଳେ ବିଭିନ୍ନ ଗାଁ ଦାଣ୍ଡରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖାଯାଇଥିଲା । ପୁରୀ ଜିଲ୍ଲାର ସର୍ବ ବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁସଜିତ ରଥ ଘଂଟଘଂଟା, କାହାଳୀ, ଶଙ୍ଖ, ମୃଦଙ୍ଗ, ନଡିଆ ସଂକିର୍ତନ ଆଦି ବାଦ୍ୟ ଧ୍ୱନି ମଧ୍ୟରେ ୨ କି.ମି ଗ୍ରାମଦାଣ୍ଡରେ ରଥଟଣା ଯାଇ ଶ୍ରୀରାଧାମୋହନ ଦେବ ମଠସ୍ଥିତ କଳ୍ପିତ ଗୁଣ୍ଡିଚା ମନ୍ଦିରରେ ପଂହଚିଥିଲା । ମନ୍ଦିର କମିଟିର ବରିଷ୍ଟ ସଦସ୍ୟ ତଥା ଶିକ୍ଷାବିତ୍‌ ବାସୁଦେବ ମିଶ୍ର ଛେରାପହଁରା କରିଥିଲେ । ମନ୍ଦିର କମିଟିର ମୁଖ୍ୟ ବିଜୟ ମିଶ୍ର ରଥଯାତ୍ରା ପରିଚାଳନା ଦାୟିତ୍ୱ ନେଇଥିବା ବେଳେ, ଦେବାଶିଷ ମିଶ୍ର, ବିରେନ ମିଶ୍ର, ବିକ୍ରମ କେଶରୀ ମିଶ୍ର, ମଦନ ମିଶ୍ର ଏଥିରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ନାରାୟଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏଠାରେ ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମର ସହସ୍ରାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷରୁ ପୋଲିସ୍‌ ମୁତୟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

2 × one =

error: Content is protected !!