pakka

ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର ଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଲା ଭବ୍ୟ ତୁଳସୀ ରଥ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପାଇଁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର ଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ ତୁଳସୀ ରଥ ଯାତ୍ରା କରିଛି । ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା ତୁଳସୀ ରଥ ଜଗନ୍ନାଥ ସଡକରେ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା ଓ ନୟାଗଡ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ବଡ ଏକାଦଶୀ ତିଥିରେ ପହଂଚିବାର କାର୍ଯ୍ୟକ୍ରମ ଥିବା ବେଳେ ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ସଂଗ୍ରହ କରୁଛି । ସଂଯୋଗବଶତଃ, ଗତବର୍ଷ ବି ତିନିଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସୁବର୍ଣ୍ଣପୁର ମାଟିରୁ ୧୨ ଝୁଡି ତୁଳସୀ ସଂଗ୍ରହ ହୋଇ ପ୍ରଭୁଙ୍କ ସେବାରେ ଲାଗିଥିବା ବେଳେ ଏଥର ମଧ୍ୟ ସଂଗୃହୀତ ୧୬ ଝୁଡି ତୁଳସୀ ଏହି ରଥରେ ପ୍ରେରଣ ହୋଇଛି । ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ ଓ ଦୟଣା ଦାନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ୍‌ ହୁଲହୁଲିରେ ସ୍ୱାଗତ ସହ ଆଳତୀ ଦିଆଯାଇଛି । ପୁରୀ ଶ୍ରୀକ୍ଷେତ୍ର ସହ ପାତାଳି ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ସଂହତି ସ୍ଥାପନରେ ଏହି ତୁଳସୀ ଯାତ୍ରା ଏକ ଆଧ୍ୟାତ୍ମିକ ରଜ୍ଜୁ ହେବ ବୋଲି ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ କହିଛନ୍ତି ।

jay balangir
Leave A Reply

Your email address will not be published.

three × 3 =

error: Content is protected !!