pakka

ସୁବର୍ଣ୍ଣପୁରଠାରେ ଡ.ନୀଳମାଧବ ପାଣିଗ୍ରାହୀଙ୍କର ଜୟନ୍ତୀ ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋସଲି – ସମ୍ବଲପୁରୀ ଭାଷାର ପ୍ରବୃଦ୍ଧ ସାରସ୍ୱତ ସାଧକ ଡ.ନୀଳମାଧବ ପାଣିଗ୍ରାହୀଙ୍କର ଜୟନ୍ତୀ ଆଜି ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ୱାରା ଆୟୋଜିତ ଜୟନ୍ତୀ ସଭାରେ ଦିବଂଗତ ସ୍ରଷ୍ଟା କୋସଲି ବ୍ୟାସ ଡ.ନୀଳମାଧବ ପାଣିଗ୍ରାହୀଙ୍କ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ରହିଥିବା ସାଧନା ଓ ଜୀବନାଦର୍ଶ ଉପରେ କବି ଡ.ଦେବାଶିଷ ପାଣ୍ଡିଆ, ଗାଳ୍ପିକ ଆଦିତେଶ୍ୱର ମିଶ୍ର ଓ ସାହିତ୍ୟିକ ବେଣୁଧର ପ୍ରଧାନ ଆଲୋଚନା କରିଥିବା ବେଳେ କୋସଲି-ସମ୍ବଲପୁରୀ ଭାଷାରେ କବିଙ୍କ ରଚିତ ମହାଭାରତ୍ କଥା ଓ ସାହିତ୍ୟ ସମଗ୍ରକୁ ନେଇ ଲେଖକ ଗୋରେଖନାଥ ସାହୁ, ଶିକ୍ଷାବିଦ୍ ବ୍ରଜମୋହନ ଦାନୀ ପ୍ରମୁଖ ଆଲୋକପାତ କରିଥିଲେ । ଏହି ଅବସରରେ କବିଙ୍କୁ ସମର୍ପିତ ଏକ କୋସଲି-ସମ୍ବଲପୁରୀ କବିତା ପାଠ ହୋଇଥିଲା ।

jay balangir
Leave A Reply

Your email address will not be published.

6 + 14 =

error: Content is protected !!