ନିଷ୍ଠା ପରିବାର ମହିଳା ଶାଖା ଏବଂ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି । ଆଜି ନିଷ୍ଠା ପରିବାରର ମହିଳା ଶାଖା ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ, ସହଁରାପାଲି, ବରମକେଲା, ନୂଆଁଗଡ, ବିଶ୍ୱାଳ ଟିକ୍ରାକୁ ଯାଇ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ ନିଷ୍ଠା ମହିଳା ଶାଖାର ସଂଯୋଜକ ତ୍ରିପୁରା ସୁହୁଲା, ସଦସ୍ୟା ସୁତପା ଗଡତିଆ, ମାନି ଭୋଇ ସଦସ୍ୟ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ଉପସଭାପତି କ୍ଷୀରୋଦ୍ର ସାହୁ, ଉପଦେଷ୍ଟା ବିଦ୍ୟାଧର ଭୋଇ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ତ୍ରିମଲ ସାହୁ ଓ ଅନ୍ୟ ସଭ୍ୟମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

eleven + 12 =