oom

ରାବଣ ବଧ ଓ ରାମାଭିଷେକ ପରେ ସମାପନ ହେଲା ଶ୍ରୀରାମଲୀଳା

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଶ୍ରୀଜଗନ୍ନାଥ ନାଟ୍ୟ ସଂସଦ ଦ୍ଵାରା ଆୟୋଜିତ ଶ୍ରୀ ରାମଲୀଳା ୧୪ ଦିନିଆ ନାଟ୍ୟୋତ୍ସବ ଇତି ମଧ୍ୟରେ ସମାପନ ହୋଇଯାଇଛି । ୨ ବର୍ଷର କରୋନା କଟକଣା ପରେ ଏ ବର୍ଷ ପାଳିତ ହୋଇଥିବା ଶ୍ରୀରାମ ଲୀଳା ବ୍ରତାଚାରୀଙ୍କ ଉତ୍ସାହ ଉଦ୍ଦୀପନାର ସହିତ ରାମ ଜନ୍ମ, ଶିବ ଧନୁ ଭଗ୍ନ, ସୀତା ବିବାହ, ପର୍ଶୁରାମ ଦର୍ପଦଳନ, ରାମ ବନବାସ, ସୀତା ଚୋରୀ, ବାଳି ବଧ, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତିଭେଦ, ମହୀରାବଣ ବଧ, ତରଣୀସେନ ବଧ, ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଯାଇଛି । ଶେଷ ରଜନୀରେ ରାବଣ ବଧ ପରେ ବିଭିଷଣଙ୍କୁ ଲଙ୍କାରେ ରାଜ୍ୟାଭିଷେକ, ପରେ ସୀତାମାତାଙ୍କ ଅଗ୍ନିପରିକ୍ଷା, ତାପରେ ଶ୍ରୀରାମଙ୍କ ଅଯୋଧ୍ୟା ଆଗମନ ପରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପର୍ୟ୍ୟନ୍ତ ସଦାଶିବ କୃତ ଶ୍ରୀରାମଲୀଳା ନାଟ୍ୟାଭିନୟ ବିଳମ୍ବିତ ରାତ୍ରରେ ସମାପନ ହୋଇଅଛି । ୧୪ ଦିନ ପର୍ୟ୍ୟନ୍ତ ଚାଲିଥିବା ଶ୍ରୀ ରାମଲୀଳା ନାଟକ ଦେଖିବା ପାଇଁ ପ୍ରବଳ ଗହଳି ଲାଗି ରହିଥିଲା । ଶେଷ ରଜନୀରେ ବିଭିନ୍ନ ଭୂମୀକାରେ ରାମ- ଫକିର ରଣା, ସୀତା-ରସରାଜ ସେନାପତି, ଲକ୍ଷ୍ମଣ- ଅମର ସିଂ ରଣା, ରାବଣ – ଜୟ କୁମାର ଦେହୁରୀ, ମନ୍ଦୋଦରୀ – ଆନନ୍ଦ ସାହୁ, ବିଭିଷଣ- ଗଣେଶ୍ଵର ମଲିକ, ସୁଗ୍ରୀବ-ବିଦ୍ୟା ଦେହୁରୀ, ହନୁମାନ – ବନମାଳି ମଲିକ, ଅଙ୍ଗଦ – ନରେନ୍ଦ୍ର ମଲିକ, ଭରତ- ବରୁଣ ସାହା, ଶତ୍ରୁଘନ -ଗିରିଧାରୀ ମାଝୀ, ସ୍ମାରକ- ବ୍ୟାସଦେବ ସେନାପତି ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ସେହିପରି ବାଦ୍ୟଯନ୍ତ୍ରରେ ଛିନୁ, ଟୁକୁ, ଅରବିନ୍ଦ, ଅଶୋକ, ରାମଜୀ, ପ୍ରେମାନନ୍ଦ ଓ ଲାଇଟ ଓ ସାଉଣ୍ଡରେ ଇଶ୍ଵର, ବୃଷଭ ଓ ଗୌତମ କାର୍ୟ୍ୟ ତୁଳାଇଥିବା ସ୍ଥଳେ ପ୍ରତ୍ୟହ ଦିନ ପଣ୍ଡିତ ଚିତ୍ତରଂଜନ ପାଣିଗ୍ରାହୀଙ୍କ ପୂଜା କାର୍ୟ୍ୟରେ କର୍ତ୍ତା ଭାବେ ଯୁବ ଜମିଦାର ତୋଫାନ ମାଝୀ ସପତ୍ନୀ ମଧୁସ୍ମିତା ଭୋଇ କାର୍ୟ୍ୟ ତୁଳାଇଥିଲେ ।

jittmm
Leave A Reply

Your email address will not be published.