ଜଗନ୍ନାଥପଡ଼ାର ରାମଲୀଳା ମଂଚରେ ରାବଣ ବଧ ମଂଚସ୍ଥ

ବଲାଙ୍ଗିର, (କେପିନ୍‌ଏସ୍‌) : ଶେଷରେ ଧର୍ମର ଜୟ ହେଲା । ସୀତୟା ହରଣ, ରାବଣ ମରଣ ପ୍ରତିପାଦିତ ହେଲା ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ । ଗତରାତିରେ ରାବଣ ବଧ ମଂଚସ୍ଥ ହୋଇଥିବା ବେଳେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଗତରାତିରେ ରାମଲୀଳାରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଛନ୍ତି । ଆଜି ରାତିରେ ମଂଚସ୍ଥ ହେବ ରାମ ଅଭିଶେଷ ବୋଲି ରାମଜୀ ନାଟ୍ୟ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ବଲାଙ୍ଗିରର ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୁତି ବିଭାଗ ବିଶେଷଜ୍ଞ ଡା. ରୁଦ୍ରନାରାୟଣ ପଟେଲ । ଚମତ୍‌କାର ଅଭିନୟରେ ଦର୍ଶକଙ୍କୁ ସମ୍ମୋହିତ କରୁଥିବା ଜଣାପଡ଼ିଛି । ରାମଲୀଳାର ଗୁରୁ ବାଳମୁକୁନ୍ଦ ବେହେରାଙ୍କ ଦିଗ୍‌ଦର୍ଶନରେ କଳାକାରମାନେ ନିଖୁଣ ଅଭିନୟ କରୁଥିବା ଦର୍ଶକମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.

one + 12 =