
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ନେତାଜୀ ଯୁବକ ସଂଘ ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମାନବିକତା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ନେଇ ଆୟୋଜିତ ଏହି ଶିବିରରେ ଯୁବପିଢ଼ି ଓ ଗ୍ରାମବାସୀଙ୍କ ଉତ୍ସାହଜନକ ସହଯୋଗ ଦେଖିବାକୁ ମିଳିଛି । ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝଲପ ନେତାଜୀ ଯୁବକ ସଂଘର ସଭାପତି ସୁଦାମ ଚରଣ ଭୋଇଙ୍କ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଟ୍ରେଜେରୀ ଅଫିସର ଲେଖାରାମ ଭୋଇ, ସିନ୍ଧେକେଲା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ସମାଜସେବୀ ଗୋବିନ୍ଦ ପୁଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ ଏହି ମହତ୍ କାର୍ଯ୍ୟରେ ସ୍ୱେଚ୍ଛାରେ ରକ୍ତଦାନ କରିଥିବା ରକ୍ତଦାତାମାନେ ହେଲେ ସୋନୁ ପୁଟେଲ, ଯୁଗୀରାମ ପୁଟେଲ, ଘନଶ୍ୟାମ ପୁଟେଲ, ଦେବେନ୍ଦ୍ର ପୁଟେଲ, ଶ୍ରୀମୁଖ ପୁଟେଲ, ରମେଶ ପୁଟେଲ, କୁବେର ପୁଟେଲ, ଅର୍ଜୁନ ପୁଟେଲ, ହିତେଶ ପୁଟେଲ, ଚନ୍ଦରଧ୍ୱଜ ପୁଟେଲ, ସିଦ୍ଧାନ୍ତ ପୁଟେଲ, ଗଜାନନ ପୁଟେଲ, ଲିଙ୍ଗରାଜ ପୁଟେଲ, ଗୁପ୍ତେଶ୍ୱର ପୁଟେଲ, ପରମାନନ୍ଦ ପୁଟେଲ, ଦୀନେଶ କୁମାର ପୁଟେଲ, କୌତୁକ ପୁଟେଲ, ଦିବାନ ପୁଟେଲ, ସୁଦାମ ଚରଣ ଭୋଇ, ଭୀମ କହଁର, ଗୟା ଶଙ୍କର ଝାଙ୍କର, ଲିଙ୍ଗରାଜ ବାରିକ, ଧନେଶ୍ୱର ପୁଟେଲ, ମିନିକେତନ ପୁଟେଲ, ଡୁଲା ପୁଟେଲ, ହୃଷିକେଶ ପୁଟେଲ, ଶିବଶଙ୍କର ପୁଟେଲ, ଝସକେତନ ବାରିକ, ତୁଲାରାମ ଭୋଇ, ଖୁସିରାମ ପୁଟେଲ ପ୍ରମୁଖ ରକ୍ତଦାନ କରିଥିଲେ । ଏହି ରକ୍ତଦାତାମାନଙ୍କ ସହିତ ଶିବିରର ସଫଳ ଆୟୋଜନରେ ରାଜେଶ ପୁଟେଲ, ଟଙ୍କ ପୁଟେଲ, ଯୁଗେଶ ସାହୁ ଏବଂ କୁଳ ପୁଟେଲ ସହଯୋଗ କରିଥିଲେ । ନେତାଜୀ ଯୁବକ ସଂଘର ସଭାପତି ସୁଦାମ ଚରଣ ଭୋଇ କହିଛନ୍ତି ଯେ, ରକ୍ତଦାନ ହେଉଛି ଏକ ମହତ୍ ସାମାଜିକ ସେବା । ଆବଶ୍ୟକ ସମୟରେ ରକ୍ତ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରେ । ତେଣୁ ଯୁବପିଢ଼ି ଓ ସମାଜର ସମସ୍ତ ବର୍ଗ ଆଗକୁ ଆସି ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ଶିବିରକୁ ସଫଳ କରିଥିବା ସମସ୍ତ ରକ୍ତଦାତା, ଅତିଥି, ସ୍ୱେଚ୍ଛାସେବୀ, ସହଯୋଗୀ ଏବଂ ଗ୍ରାମବାସୀଙ୍କୁ ନେତାଜୀ ଯୁବକ ସଂଘ ଝଲପ ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଯାଇଛି । ଟିଟିଲାଗଡ଼ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ସହଯୋଗ କରିଥିଲେ ।

