csstore

ବିଶ୍ୱ ରକ୍ତଦାନ ଦିବସ ଉପଲକ୍ଷେ ରକ୍ତଦାନ କଲେ ଯୁବ ସମାଜସେବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ରକ୍ତଦାନ ଦିବସ ଉପଲକ୍ଷେ ବଲାଙ୍ଗିର ମାଟିର ପ୍ରମୁଖ ରକ୍ତ ସଚେତକ ମାଁ ମାହେଶ୍ୱରୀ ସେନାର ବୀର ସୁରେଶ କମ୍ପ ଯାଜ୍ଞସିନୀ ନାଏକଙ୍କୁ ଜରୁରିକାଳୀନ ରକ୍ତଦାନ କରିଛନ୍ତି । ୩୪ ଥର ରକ୍ତଦାନ କରି ଯୁବ ପିଢିର ଉତ୍ସାହ ବଢାଇଛନ୍ତି । ଏହି ଅବସରରେ ତାଙ୍କୁ ହାର୍ଦ୍ଦିକ କୃତଜ୍ଞା ଓ ଧନ୍ୟବାଦ ଜ୍ଞାପନ ମାଁ ମାହେଶ୍ୱରୀ ସେନା କରିଛନ୍ତି । ସାଧାରଣ ଲୋକଙ୍କ ସେବା କରିବା ସଙ୍ଗେ ସଙ୍ଗେ କେହି ରକ୍ତ ଅଭାବରେ ଅସୁବିଧା ଭୋଗ ନକରୁ ଏହି କଥାକୁ ଜନସଚେତନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ନିସ୍ୱାର୍ଥପର ସେବା ଯୋଗାଉଥିବାରୁ ମାଁ ମାହେଶ୍ୱରୀଙ୍କ ଠାରେ ମାଁ ମାହେଶ୍ୱରୀ ସେନା ମଙ୍ଗଳ କାମନା କରୁଛି । ମାଁ ମାହେଶ୍ୱରୀ ସେନାର ଅରୁଣ ପଲତା ଓ ବିରେନ୍ଦ୍ର ପାଣ୍ଡେ, ରମାକାନ୍ତ ମେଶ୍ୱା ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.