om academy

ଗାୟତ୍ରୀ ପରିବାର ଦ୍ୱାରା ରକ୍ଷା ବନ୍ଧନ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ପରିବାର ଟ୍ରଷ୍ଟ, ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ସୁଦୁର୍ଲଭ ମାନବ ଜନ୍ମରେ ଜ୍ଞାନ ଓ କର୍ମର ସମ୍ମିଶ୍ରଣ ଦ୍ୱାରା ଜନ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ଆମକୁ ରକ୍ଷା ବନ୍ଧନରୁ ପ୍ରେରଣାପ୍ରାପ୍ତ ହୋଇଥାଏ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବୈଦିକ କର୍ମକାଣ୍ଡ ମାଧ୍ୟମରେ ଦଶସ୍ନାନ, ବେଦ ପୂଜନ, ରକ୍ଷା ବନ୍ଧନ ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏଥିରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନେବା ସହ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ହୃଦୟଙ୍ଗମ କରି ପ୍ରସନ୍ନତା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.