centurian jitm

ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି : ରାଜ୍ୟପାଳ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କସ୍ତୁରବା ଗାନ୍ଧି ମାତୃ ନିକେତନ, ପରିଦର୍ଶନରେ ଆସି ଅତ୍ୟନ୍ତ ଖୁସି ହୋଇ ଯାହାର କେହି ନାହିଁ ତାଙ୍କର ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭୁବନେଶ୍ୱରରୁ ହେଲିକେପ୍ଟରରେ ବାହାରି ପାଇକମାଲ ଏମ୍‌ଇ ସ୍କୁଲ ଖେଳ ପଡିଆରେ ତିଆରି ହୋଇଥିବା ଅସ୍ଥାୟୀ ହେଲିପେଡ୍‌ରେ ୧୧.୧୦ମିନିଟରେ ପହଞ୍ଚାଇବାରେ ପରେ ୧୧.୨୦ ମିନିଟ୍‌ରେ କସ୍ତୁରବା ଗାନ୍ଧି ମାତୃ ନିକେତନ ପରିସରରେ ପହଞ୍ଚି ନିଜସ୍ଵ ପାଣ୍ଠିରୁ ଦେଇଥିବା ୧୫ ଲକ୍ଷ ଟଙ୍କାର ପ୍ରଥମ ଅବଦାନ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ଏହା ପରେ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲା ପରେ ଅନ୍ତେବାସୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ମହାମହିମ ରାଜ୍ୟପାଳଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଛାତ୍ରୀ ଲିଲିମା ଦାସ ଏକ ସଂକ୍ଷିପ୍ତ ଚିତ୍ତାକର୍ଷକ ସ୍ୱାଗତ ଭାଷଣ ଦେଇ ସମସ୍ତଙ୍କୁ ଅଭିଭୂତ କରିଦେଇଥିଲେ । ପରେ ପରେ ଅନ୍ତେବାସୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ରଘୁବର ଦାସ ନିଜସ୍ଵ ବକ୍ତବ୍ୟରେ ଆଜି ଛୋଟ ଛୁଆଙ୍କ ସହ ମିଶି ଓ ବାର୍ତ୍ତାଳାପ କରି ମୁଁ ଅତ୍ୟନ୍ତ ଖୁସି ହେଲି, ଗତ ଥର ମୁଁ ପରିଦର୍ଶନରେ ଆସିଥିବା ବେଳେ ଅନ୍ତେବାସୀ ମାନଙ୍କ ଅନୁରୋଧ ରକ୍ଷା କରି ଗୋଟିଏ ସ୍କୁଲ ବସ୍‌ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସିଜିଏମ୍‌ଙ୍କ ଜରିଆରେ ପ୍ରଦାନ କରାଯାଇଥିବା ବେଳେ ଆଜି ଶିଶୁ ଉଦ୍ୟାନର ଭୂମି ପୂଜନ କରିଛି । ଅନ୍ତେବାସୀ ଗଣ ପୁରୀ ଜଗନ୍ନାଥ ଧାମ ବୁଲିବାକୁ ଯିବାକୁ ଅନୁରୋଧ କରିଥିବାରୁ ଆସନ୍ତା ଜୁଲାଇ ୧୪ ତାରିଖ ଦିନ ରାଜଭବନରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବ । ସେଠାକୁ ସମସ୍ତ ଅନ୍ତେବାସୀଙ୍କୁ ଯିବା ପାଇଁ ନିମନ୍ତ୍ରଣ କରୁଛି ଏବଂ ସେଠାରୁ ଜଗନ୍ନାଥ ପୁରୀ ମଧ୍ୟ ଯିବେ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଏଠାକାର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ଅଭାବ ନାହିଁ, ଭବିଷ୍ୟତରେ ଏମାନେ ବଡ଼ ମଣିଷ ହେବେ ବୋଲି ମୁଁ ଆଶା କରୁଛି । ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ମାତୃ ନିକେତନର ମହିଳା କାର୍ଯ୍ୟକାରୀ କମିଟିର ସଭ୍ୟାମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ଆଗରୁ ସବୁ ସମୟରେ ଶତାଧିକ ଛାତ୍ରଛାତ୍ରୀ ରହିଆସୁଥିଲେ । କିନ୍ତୁ ବର୍ତ୍ତମାନ ଗୋଟିଏ ୟୁନିଟ୍‌ ଥିବାରୁ କେବଳ ୫୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି । ତେଣୁ ଆଉ ଗୋଟିଏ ୟୁନିଟ୍‌ ଖୋଲିବା ପାଇଁ ଅନୁରୋଧ କରାଯାଇଛି ଏହା ସହ ଅନୁଷ୍ଠାନରେ ଥିବା ଘର ଗୁଡ଼ିକ ବହୁତ ପୁରାଣ ହେବାରୁ ବର୍ଷା ପାଣି ଲିକେଜ୍ ହେଉଛି ତେଣୁ ନୂତନ ବିଲଡିଂ କରାଯିବାକୁ ଦାବି କରାଯାଇଛି । ସଭାରେ କାର୍ଯ୍ୟକାରୀ କମିଟିର ସଭାପତି ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ, ସମ୍ପାଦିକା ମମତା ପୁରୋହିତ, ଭାରତୀ ଶତପଥି, ଅନିତା ଛତର, ସୁପ୍ରଭା ଦାସ ପ୍ରମୁଖ ଉପସ୍ଥିତ ଥିଲେ ପରିଶେଷରେ ଅନୁଷ୍ଠାନ ଅଧିକ୍ଷକ ନିର୍ମଳ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!