ଆଜି ରାଜ୍ୟରେ ୭୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ସୁନ୍ଦରଗଡ ଜିଲ୍ଲା ଶୀର୍ଷରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୪୨୫୫ ରହିଛି । ଆଜି ୭୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୧୭, ବାଲେଶ୍ୱରରୁ ୬, ବରଗଡ଼ରୁ ୪୮, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୨, କଟକରୁ ୪୬, ଦେଓଗଡରୁ ୧, ଢେଙ୍କାନାଳରୁ ୩, ଗଞ୍ଜାମରୁ ୯, ଜଗତସିଂପୁର ୯, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୩୧, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୪, କେନ୍ଦ୍ରପଡାରୁୂ ୧, କେଉଁଝରରୁ ୩୯, ଖୋର୍ଦ୍ଧାରୁ ୧୧୮, କୋରାପୁଟରୁ ୯, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୨୪, ନବରଙ୍ଗପୁରରୁ ୨୩, ନୟାଗଡରୁ ୭, ନୂଆପଡାରୁ ୩୧, ପୁରୀରୁ ୪୩, ରାୟଗଡାରୁ ୧୪, ସମ୍ବଲପୁରରୁ ୪୫, ସୋନପୁରରୁ ୭, ସୁନ୍ଦରଗଡରୁ ୧୪୭ ଓ ଷ୍ଟେଟପୁଲରୁ ୨୭ ଚିହ୍ନଟ ହୋଇଛନ୍ତ । ରାଜ୍ୟରେ ସମୁଦାୟ ୩୪୪୬୪୭ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୮୪୧୬ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.