pr

ରାଜସ୍ୱ ମେଳା ପଟା ବଣ୍ଟନ କାର୍ଯ୍ୟକ୍ରମ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଗ୍ରାମ କଣ୍ଟକ ପଟା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଦିନ ତହସିଲଦାର କୁଞ୍ଜ ବିହାରୀ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଦେବଦତ୍ତ ମହନ୍ତ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ତହସିଲଦାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗଞ୍ଜାମ ତହସିଲ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଓ ସହରର ୩୮୩ ଜଣ ହିତାଧିକାରୀଙ୍କୁ ପଟା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ୫-ଟିରେ ସାମିଲ ହେଲାପରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିବା ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ବର୍ତ୍ତମାନ ସମୟରେ ତହସିଲ ପ୍ରସାଶନ ଗ୍ରାମ କଣ୍ଟକ ପଟା ବଣ୍ଟନ କରୁଥିବା ବେଳେ ସାଂସଦ ଚନ୍ଦ୍ରଶେଖର ସାହୁ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହିସାବ ରକ୍ଷକ ନଳିନୀକାନ୍ତ ନାହାକ, କନିଷ୍ଟ ରାଜସ୍ୱ ନିରୀକ୍ଷକ ଦିନେଶ ପାତ୍ର, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.