csstore

ରଜ ପର୍ବ ପାଇଁ ଚଳଚଞ୍ଚଳ କୁଆଁରୀ ଝିଅ : କରୋନା ଆଗରେ ଫିକା ପଡିଛି ରଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରଜ ପର୍ବ ଓଡିଶାରେ ଶେଷ୍ଠ ପର୍ବ ଭାବରେ ବେଶ ପରିଚିତ । ନୂଆ ରଙ୍ଗର ଡ୍ରେସ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇ ବେଶ ହସ ଖୁସିରେ ଏହି ରଜ ପର୍ବକୁ ସହର ଠାରୁ ଏବେ ଗାଁ ଗାଁରେ ବେଶ ଧୁମ ଧାମରେ ମଧ୍ୟ ପାଳନ କରୁଛନ୍ତି କୁଆଁରୀ ଝିଅ ମାନେ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଏହି ରଜ ପର୍ବକୁ ମଧ୍ୟ ପାଳନ କରୁଛନ୍ତି କୁନି କୁନି ଝିଅ ମାନେ । ତାଙ୍କର ମନରେ ଅନେକ ଉତ୍ସାହ ଦେଖିବାକୁ ମଧ୍ୟ ମିଳିଛି । ତେବେ ଝିପି ଝିପି ବର୍ଷାରେ ଆସିଥିଲା ଏହି ରଜ ପର୍ବ ହେଲେ କରୋନା ଯୋଗୁଁ ଅନେକ ସ୍ଥାନରେ ମଧ୍ୟ ପାଳନ କରୁ ନାହାନ୍ତି । କିନ୍ତୁ କେତେକ ଗାଁରେ ଏବେ ବେଶ ଭିଡ଼ ମଧ୍ୟ ଲାଗି ରହିଛି । ଘର ଭିତରେ ପିଠାପଣା ମଧ୍ୟରେ ସୀମିତ ହୋଇ ଯାଇଛି ରଜ ମଉଜ । ଝିଅ ମାନେ ସଜ ହୋଇ ନିଜ ଘରେ ଖେଳର ଆସାର ଜମାଇଛନ୍ତି । ଏଥିରେ ରିମା, ଗୀତା, ମାଧୁରୀ, ସରିତା, ମାମି, ଲିପି, ରିତା, ଅନିତା, ସଙ୍ଗୀତା, ପ୍ରତିମା, ସନ୍ଧ୍ୟା, ଆରତୀ, ପ୍ରିତି, ଅଞ୍ଜଳି, ବର୍ଷା, ସୁଇଟି, ସାବିତ୍ରୀ, ଆଳିସା ସାହୁ ପ୍ରମୁଖ ସାମିଲ ହୋଇ ଏହି ରଜ ପର୍ବକୁ ପାଳନ କରିଥିଲେ ।

jayashree
Leave A Reply

Your email address will not be published.