
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୧୯ ତାରିଖରୁ ଆଇ ଲଭ ଟିଟିଲାଗଡ ସମ୍ମୁଖରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅତି ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ଏହି ସମସ୍ତ ପୂଜା କାର୍ଯ୍ୟ ମୁଖ୍ୟ ଆଚାର୍ଯ୍ୟ ସିଦ୍ଧାର୍ଥ ମହାପାତ୍ର ଓ ସାଧୁ ଚରଣ ଆଚାର୍ଯ୍ୟ ଏବଂ ସହଯୋଗୀ ଆଚାର୍ଯ୍ୟ ମାନସ ପଣ୍ଡା, ଚିନୁ ପଣ୍ଡା, ଦେବାଂସୁ ଦାସ, ମନୁ ଶର୍ମା, ଅଜିତ ଦୁବେ ପୂଜା ହୋମ ଯଜ୍ଞ କାର୍ଯ୍ୟ ତୁଲାଉଥିବା ବେଳେ କର୍ତ୍ତା ଭାବେ ସଞ୍ଜୀବ ପାଢ଼ୀ ସପତ୍ନୀ ପ୍ରଣତି ପାଢ଼ୀ ବସିଥିବା ବେଳେ ତାଙ୍କ ସହ ସୁବୋଧ ଦାସ ଏବଂ ସପତ୍ନୀ, ବିଧାୟକ ନବୀନ ଜୈନ ଏବଂ ସପତ୍ନୀ, ହେମନ୍ତ ମିଶ୍ର ଓ ସପତ୍ନୀ, ଗୋଲାପ ସୋନି ଏବଂ ସପତ୍ନୀ, ଦେବାନନ୍ଦ ସାହୁ ଏବଂ ସପତ୍ନୀ, ଅଶୋକ ଜୈନ ଏବଂ ସପତ୍ନୀ ପୂଜାର୍ଚ୍ଚନାରେ ବସିଥିଲେ । ତେବେ ଶୁକ୍ରବାର ଦିନ ସକାଳ ୧୧ ଟା ରେ ସମସ୍ତ ରିତିନୀତି ଅନୁସାରେ ପୂଜା କାର୍ଯ୍ୟ, ହୋମଯଜ୍ଞ ଓ ନାମ ସଙ୍କୀର୍ତ୍ତନ ସମ୍ପନ୍ନ ହୋଇଛି । ଆୟୋଜକ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଚାରିଦିନ ବ୍ୟାପି ଟିଟିଲାଗଡ ସହରରେ ଏକ ଆଧ୍ୟତ୍ମିକ ଓ ହରେ କୃଷ୍ଣ ହରେ ରାମ, ରାମ ରାମ ହରେ ହରେ ନାମରେ କମ୍ପି ଉଠିଥିଲା ।