oom

ପୁଣି ଲଜ୍ଜା : ଶିକ୍ଷକଙ୍କ ଦ୍ୱାରା ନବମଶ୍ରେଣୀ ଛାତ୍ରୀଙ୍କୁ ୨ବର୍ଷ ହେଲା ଯୌନ ନିର୍ଯ୍ୟାତନା

jsmm

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅଂଚଳରେ ପୁଣିଥରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ଜଣେ ଶିକ୍ଷକ ଗତ ଦୁଇ ବର୍ଷ ଧରି ଜଣେ ନାବାଳିକା ତଥା ନିରୀହ ଝିଅକୁ ଯୌନ ନିର୍ୟ୍ୟାତନା ଦେଉଥିଲେ । ଏପରିକି ସେ ଉକ୍ତ ଛାତ୍ରୀ ଜଣଙ୍କୁ କିଛି ଦିନ ତଳେ ଘରୁ ପ୍ରଲୋଭନ ଦେଖେଇ ନିଜ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲେ ଏବଂ ସେଠାରେ ଉକ୍ତ ନାବାଳିକାଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡ଼ିଦେଇଥିଲେ । ପରେ ମୁଁ ପୁଣିଥରେ ତମ ସହିତ ଯୋଗାଯୋଗ କରିବି ବୋଲି କହିଥିଲେ । ଏପଟେ ଝିଅର ପରିବାର ତରଫରୁ ଏକ ଅପହରଣ ମାମଲା ମ.ରାମପୁର ଥାନାରେ ରୁଜୁ କରାଯାଇଥିଲା । ଥାନାଧିକାରୀ ଏଇ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିବାପରେ ପରେ ମ.ରାମପୁର ଥାନା ଅନ୍ତର୍ଗତ ପଲମଠାରେ ଉକ୍ତ ଛାତ୍ରୀ ଜଣଙ୍କ ରହିଥିବା ସୂଚନା ପାଇବା ପରେ ପୋଲିସ ଏବଂ ପରିବାର ତରଫରୁ ଘର ଲୋକେ ଝିଅକୁ ଆଣିଥିଲେ । ପରେ ମ.ରାମପୁର ଥାନାରେ ଏ ନେଇ ପୁଣିଥରେ ଝିଅ ଗତ ଦୁଇବର୍ଷ ଧରି ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସ୍ଥିତ ସରକାରୀ ବିଦ୍ୟାଳୟର ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ ଗତ ଦୁଇବର୍ଷ ଧରି ତାକୁ ଭଲପାଉଥିଲେ ଏବଂ ବର୍ତ୍ତମାନ ନବମଶ୍ରେଣୀ ବେଳକୁ ଏହି ଶିକ୍ଷକ ଜଣଙ୍କ ତାଙ୍କୁ ନେଇ ଫେରାର ହେଇଯାଇଥିଲେ । ତେବେ ଏନେଇ ମ.ରାମପୁର ଥାନାଧିକାରୀ ଜୟଦେବ ତାରିଣୀଙ୍କୁ ପଚାରିବାରୁ ସେ, ଉକ୍ତ ଝିଅ ସହିତ ତାର ଦୁଇବର୍ଷର ସଂପର୍କ ରହିଥିଲା ଏବଂ ପରେ ତାକୁ ନେଇ ସେ ଛାଡ଼ିଦେଇଛି । ଏନେଇ ଥାନାରେ ଅଭିଯୋଗ ହେଇଛି, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲୁରହିଛି । ଅନ୍ୟପଟେ ମ.ରାମପୁର ଅଂଚଳରେ ବାହାର ଜିଲ୍ଳାର ଜଣେ ଶିକ୍ଷକଙ୍କ ଏଭଳି ଜଣେ ନିରୀହ ସରଳ ଝିଅ ପ୍ରତି ଯୌନ ନିର୍ୟ୍ୟାତନାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ବିବାହିତ ଏବଂ ତାଙ୍କରି ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବୋଲି ଜଣାପଡ଼ିଛି ।

jittmm
Leave A Reply

Your email address will not be published.