om academy

ସମ୍ପିଆରେ ନୂତନ ସ୍କୁଲ ଗୃହ ପାଇଁ ଜେଇଙ୍କ ପ୍ରତିଶ୍ରୁତି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡିରହିଛି । ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥାରେ ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି ଦେଇଛି । କିଛି ଦିନ ତଳେ ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀ,କଂସର ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ରବିକାନ୍ତ ସାହୁ, ଟିସି ଟିକେନ୍ଦ୍ର ସାହୁ ସଂପିଆ ଗ୍ରାମର ଏକ ଡ୍ରେନ କାର୍ୟ୍ୟ ପାଇଁ ଆସିଥିଲେ । ଏଠାରେ ସମାଜସେବୀ ଯୁଧିଷ୍ଠିର ବାରିକ ଉପସ୍ଥିତ ଥିଲେ ଏବଂ ଶ୍ରୀ ବାରିକଙ୍କ ଅନୁରୋଧ କ୍ରମେ ଜେଇଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ସ୍କୁଲ ଭିତରକୁ ଯାଇ ଦେଖିଥିଲେ । ଜେଇ ମହୋଦୟ ତୁରନ୍ତ ଏହାର ଏକ ସ୍କୁଲ ଗୃହ କରାଯିବ ବୋଲି କହିବାରୁ ସଂପିଆ ଗ୍ରାମବାସୀ ଜେଇଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.